ଏସପି ସହ ଗଠବନ୍ଧନ କରିବାକୁ ମନା କରିଦେଲେ ଚନ୍ଦ୍ରଶେଖର ଆଜାଦ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ପାଖେଇ ଆସୁଛି ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବାରେ ମଧ୍ୟ ଲାଗିଛନ୍ତି । କେଉଁ ଦଳ ଗଠବନ୍ଧନ କରି ନିଜକୁ ଶକ୍ତିଶାଳୀ କରୁଛି ତ ଆଉ କିଏ ଅନ୍ୟ ଦଳର ହେବିୱେଟ ନେତାମାନଙ୍କୁ ନିଜ ଦଳକୁ ଆଣୁଛି । ଏହା ମଧ୍ୟରେ ଆଜାଦ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବଡ଼ ବୟାନ ଦେଇଥିôବାର ଦେଖିବାକୁ ମିଳିଛି । ତେବେ ଆଜାଦ ସମାଜବାଦୀ ପାର୍ଟି ସହ ମିଶି ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଏହା ସହ କୌଣସି ସହଯୋଗ ନକରିବାକୁ ମଧ୍ୟ ଘୋଷଣା କରିଛନ୍ତି । ସେପଟେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବହୁଜନ ସମାଜର ଲୋକଙ୍କୁ ଅପମାନିତ କରିଆସୁଛନ୍ତି । ତେଣୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଗଣମାଧ୍ୟମ ନିକଟରେ ଚନ୍ଦ୍ରଶେଖର ଆଜାଦ ସ୍ପଷ୍ଟ କରିଛନ୍ତି ।

ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ସମାଜବାଦୀ ପାର୍ଟି ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଛିଦିନ ପୂର୍ବରୁ ଆଜାଦ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ସମାଜବାଦୀ ପାର୍ଟିରେ ମିଶିବା ନେଇ କଳ୍ପନା ଜଳ୍ପନା ଚାଲିଥିଲା । ଅନ୍ୟପଟେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି । ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜନୈତେିକ ଦଳମାନେ ନିର୍ବାଚନ ଜିତିବା ପାଇଁ ନିଜର ସମସ୍ତ ଶକ୍ତିକୁ ପ୍ରଦର୍ଶନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

Related Posts