ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ବାପା !

ବାପା ଓ ଝିଅର ସମ୍ପର୍କ ଏକ ପବିତ୍ର ସମ୍ପର୍କ | ଝିଅର ସୁରକ୍ଷା ବାପାର ମୁଖ୍ୟ ଦାଇତ୍ୱ ଥିବା ବେଳେ, କିନ୍ତୁ ଏହି ସମ୍ପର୍କ ରେ ଲାଗିଛି କଳଙ୍କ | ରକ୍ତ ସମ୍ପର୍କରେ ଲାଗିଛି କଳା ଦାଗ | ପିଶାଚ ବାପାର ନାରକୀୟ କାଣ୍ଡ ଘଟାଇଛି | ଜନ୍ମିତ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ସହ ଗର୍ଭବତୀ କରିଛି |

ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ଏଭଳି ଲଜ୍ଜା ଜନକ ଘଟଣା। ଗୁଜୁରାଟର ଭଦୋଦରାରେ ଏହି ଘଟଣା ଘଟିଥିବା ଭଦୋଦରା ପୋଲିସ ତରଫରୁ ସୂଚନା ମିଳିଛି ।

ପୋଲିସର ସୂଚନା ଅନୁଯାୟୀ ନାବାଳିକାଙ୍କ ମାଙ୍କର ମୃତ୍ୟୁ ପରେ ସେ ତାଙ୍କ ବାପାଙ୍କ ସହ ରହୁଥିଲେ । କିନ୍ତୁ ଅଭିଯୁକ୍ତ ବାପା ନାବାଳିକା ଜଣଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଏହାପରେ ପଡୋଶୀ ଘରର ଜଣେ ମହିଳାଙ୍କୁ ନାବାଳିକା ଏ ସମ୍ପର୍କରେ ଜଣାଇବାପରେ ସେ ତାଙ୍କୁ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ଚେକଅପ ପରେ ନାବାଳିକା ଗର୍ଭବତୀ ଥିବା ଜଣାପଡିଥିଲା । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି ।

Related Posts