ନିଜେ ନିଜକୁ ଦେଲେ ଦଣ୍ଡ, ରୋକିଲେ ଦରମା: ଚର୍ଚ୍ଚାରେ ମଧ୍ୟପ୍ରଦେଶର ଜବଲପୁରର ଜିଲ୍ଲାପାଳ

ଚର୍ଚାରେ ମଧ୍ୟପ୍ରଦେଶର ଜବଲପୁରର ଜିଲ୍ଲାପାଳ କର୍ମବୀର ଶର୍ମା | କାମରେ ଅବହେଳା ପାଇଁ ସେ ନିଜକୁ ନିଜେ ଦଣ୍ଡ ଦେଇଛନ୍ତି | ନିଜ ଦରମା ନିଜେ ରୋକିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନକୁ ଆସୁଥିବା ସାଧାରଣ ଜନତାଙ୍କ ଅଭିଯୋଗର ସମାଧାନରେ ବିଳମ୍ବ ହେତୁ ସେ ନିଜକୁ ଦଣ୍ଡିତ କରିଛନ୍ତି। ଡିସେମ୍ବର ମାସ ପାଇଁ ଡିଏମ୍ ତାଙ୍କ ସହ ଥିବା ଅନ୍ୟ କିଛି ଅଧିକାରୀଙ୍କ ଦରମା ମଧ୍ୟ ବନ୍ଦ କରି ଦେଇଛନ୍ତି।

ଜବଲପୁର ଜିଲ୍ଲାପାଳ କର୍ମବୀର ଶର୍ମା ଗତକାଲି ଅର୍ଥାତ୍ ସୋମବାର ଦିନ ହେଲ୍ପଲାଇନ ଅଭିଯୋଗ ବିଭାଗର ସମୀକ୍ଷା କରିଥିଲେ । ହେଲେ ୧୦୦ ଦିନରୁ ଅଧିକ ସମୟ ଧରି ସାଧାରଣ ଲୋକଙ୍କ ଅଭିଯୋଗ ବିଚାର ନହୋଇପାରିବା ପରେ ସେ ନିଜକୁ ଦଣ୍ଡିତ କରିଛନ୍ତି । ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ନିଜର ଓ ଅନ୍ୟକିଛି ଅଧିକାରୀଙ୍କ ଦରମା ବନ୍ଦ କରି ଦେଇଛନ୍ତି ।

ଏଥିସହ ଏହି ଘଟଣାର ପୁନରାବୃତ୍ତି ନକରିବାକୁ ମଧ୍ୟ କର୍ମଚାରୀଙ୍କୁ ସତର୍କ କରାଇଛନ୍ତି । ଆଗାମୀ ସମୟରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ନହେଲେ କିମ୍ବା ବିଳମ୍ବ ହେଲେ, ତେବେ ସମସ୍ତଙ୍କର ଦରମା ବନ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

Related Posts