ଦୁବାଇ ସରକାରଙ୍କ ଚେତାବନୀ: ବାଲକୋନିରେ ଲୁଗା ଶୁଖାଇଲେ ଦେବ ଜରିମାନା

ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ଦୁବାଇ ନଗରପାଳିକା ପକ୍ଷରୁ ଏକ ନିୟମ ଜାରି କରାଯାଇଛି | ବାଲକୋନୀ, ଛାତ, କାନ୍ଥ ଉପରେ ଲୁଗା ସୁଖାଇଲେ ଦେବା କୁ ପଡିବ ଜୋରିମାନା | ବାଲକୋନୀରୁ ତଳକୁ ଅଳିଆ ଆବର୍ଜନା ଫୋପାଡ଼ିଲେ କି ବାଲକୋନୀରେ ପଶୁ ପକ୍ଷୀଙ୍କ ଖାଦ୍ୟ ଫୋପାଡ଼ିଲେ, ଅଥବା ବାଲକୋନୀ ତଳକୁ କୌଣସି ପ୍ରକାରର ଜିନିଷ ପକାଇବା ଦ୍ବାରା ଜରିମାନା ଦେବାକୁ ପଡ଼ିବ |

ଖବର ଅନୁଯାୟୀ, ନିୟମ ଭାଙ୍ଗିଲେ ଆପଣଙ୍କୁ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଗତକାଲି ଏନେଇ ନଗରପାଳିକା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବାଲକୋନୀର ଅପବ୍ୟବହାର କରନ୍ତୁ ନାହିଁ, ଏହାକୁ ସବୁ ବେଳେ ସଫାସୁତୁରା ରଖନ୍ତୁ ।

ସୂଚନାଯୋଗ୍ୟଯେ, ୟୁନାଇଟେଡ ଅଫ୍ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟନରୁ ସର୍ବାଧିକ ଆୟ ସଂଗ୍ରହ କରିଥାଏ । ତେଣୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସମୟରେ ଉକ୍ତ ଦେଶର ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିଥାନ୍ତି । ବାଲକୋନୀର ଅପବ୍ୟବହାର କାରଣରୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅସୁନ୍ଦର ପରିବେଶ ସୃଷ୍ଟି ହେଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି |

Related Posts