ନିଜ ଘରେ ଦୁଷ୍କର୍ମ ର ଶିକାର ହେଲେ ଦିବ୍ୟାଙ୍ଗ ନାବାଳିକା !

ସତ୍ୟପାଠ ୨୧।୧୨ ରାୟଗଡା : ରାୟଗଡାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ । ୧୩ବର୍ଷର ନାବାଳିକାଙ୍କ ସହ କେହି ଦୁଷ୍କର୍ମ କରିଥିବା ଡାକ୍ତର ସନ୍ଦେହ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କ ଘର ରାୟଗଡା ଥାନା ଅନ୍ତର୍ଗତ ନାଥମା ଗ୍ରାମରେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ପୁର୍ବସପ୍ତାହରେ ଦିବ୍ୟାଙ୍ଗ ନାବାଳିକା ଜଣଙ୍କ ଘରେ ଏକ ଥିଲେ । ତାଙ୍କ ମା’ ନଥିବା ବେଳେ ବାପା କାଠ ପାଇଁ ଜଙ୍ଗଲକୁ ଯାଇଥିଲେ । ବାପା ଘରକୁ ଫେରିବା ବେଳେ ନାବାଳିକାଙ୍କ ଶରୀରରେ ପୋଷାକ ନଥିଲା । ତେବେ ବାପା ଘଟଣାକୁ ଗୁରୁତର ସହିତ ନେଇନଥିଲେ । କିନ୍ତୁ ସୋମବାର ନାବାଳିକା ଅଧିକ ଅସୁସ୍ଥ ହେବା ପରେ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତ୍ତି କରିଥିଲେ । ଚିକିତ୍ସାଳୟରେ ଭର୍ତ୍ତି ପରେ ଡାକ୍ତର ଯାଞ୍ଚ ପରେ ଯୌନାଙ୍ଗରେ କ୍ଷତ ଥିବା ଜଣାପଡିଛି । ଏହାପରେ ମେଡିକାଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ମଙ୍ଗଳବାର ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିନାହିଁ । ନାବାଳିକାଙ୍କ ବାପା ମଧ୍ୟ କିଛି ତଥ୍ୟ ପ୍ରଦାନ କରିପାରୁନାହାନ୍ତି । ଫଳରେ ଘଟଣାଟି ରହସ୍ୟ ଭିତରେ ରହିଛି ।

Related Posts