ନିର୍ବାଚନୀ ହିଂସା: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର

ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ, ରାଜନୈତିକ ହିଂସା ମଧ୍ଯ ବଢ଼ିବାକୁ ଲାଗୁଛି । ବଢ଼ୁଥିବା ହିଂସା କୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟ କରିଥିବା ବେଳେ,
ଅନେକ ଥର ନିର୍ବାଚନ କମିଶନ ଓ ଡିଜିଙ୍କ ନିକଟରେ ଅଭିଯୋଗ କରିଛି । ହେଲେ ରାଜ୍ୟ ସରକାର ଓ ଗୃହ ବିଭାଗ ଏ ଘଟଣା ଗୁଡିକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି, ଯାହା ଫଳରେ ଓଡିଶାରେ 3ଟି ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟିଛି ।

ତଥ୍ୟ ପ୍ରମାଣ ଆଧାରରେ ବିଜେପି ନିର୍ବାଚନ କମିଶନ ଓ ଡିଜିଙ୍କ ନିକଟରେ ଅଭିଯୋଗ ପତ୍ର ଦେଇଛି । କିନ୍ତୁ ତଥାପି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । 3ଟି ଜିଲ୍ଲାରେ ଅଧିକ ହିଂସା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ, ବିଜେଡ଼ି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜିଲ୍ଲା ଯାଜପୁର, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟଙ୍କ ଭଦ୍ରକ ଜିଲ୍ଲାରେ ସବୁଠୁ ଅଧିକ ବାତାବରଣ ଅଶାନ୍ତ ହୋଇଛି ।ବିଞ୍ଝାରପୁରରେ ସାମ୍ବାଦିକଙ୍କୁ 5ରୁ 7 ଜଣ ଆକ୍ରମଣ କରୁଥିଲେ । କିନ୍ତୁ 40ରୁ ଅଧିକ ଲୋକଙ୍କୁ ଓ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ତେଣୁ ଅଭିଯୁକ୍ତ ମାନଙ୍କୁ ଖସେଇ ଦେବା ପାଇଁ ଗଳାବାଟ ତିଆରି କରାଯାଉଛି ।
ରାଜ୍ୟ ନିର୍ବାଚନ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି । ଯେମିତି ଆଗାମୀ 2ଟି ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାର ସହ ଭୋଟ ହୋଇପାରିବ । ଆଉ ଏହି 3ଟି ଜିଲ୍ଲାରେ ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ଯ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

Related Posts