ନୂଆବର୍ଷ: ମଧ୍ୟପ୍ରଦେଶରେ ଜାରି ହେଲା ନାଇଟ କର୍ଫ୍ୟୁ

ଉପରମୁହାଁ କୋରୋନା ସଂକ୍ରମଣ | ସେପଟେ ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶକୁ ଫେରିଛି ନାଇଟ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କୁ କୋଭିଡ କଟକଣା ମାନିବା ପାଇଁ ନିବେଦନ କରିବା ସହ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ରାତି ୧୧ ରୁ ସକାଳ ୬ ଯାଏ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି ।

ସେହିପରି ନୂଆବର୍ଷ ଉତ୍ସବ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ହୋଟେଲ ଓ ବାରରେ ନୂଆବର୍ଷ ସେଲିବ୍ରେସନରେ ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କୋଭିଡର ଦ୍ବିତୀୟ ଡୋଜ ଗ୍ରହଣ କରିଥିବା ବାଧ୍ୟତାମୂଳକ କରାଯାଇଛି । ବାର ଓ ହୋଟେଲରେ ନୂଆବର୍ଷ ପାଳନ କରିବାକୁ ଆସୁଥିବା ସମସ୍ତଙ୍କୁ କୋଭିଡ ଟିକାକରଣର ସାର୍ଟିଫିକେଟ ଦେଖାଇବାକୁ ହେବ । ସେହିପରି ବିନା ଟିକା ପ୍ରମାଣପତ୍ରରେ ହୋଟେଲରେ ପ୍ରବେଶ ମଧ୍ୟ ନିଷେଧ କରିବା ପାଇଁ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଇଂଞ୍ଜିନିୟରିଂ ଓ ମେଡିକାଲ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଡୋଜ ଗ୍ରହଣ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

Related Posts