ପଞ୍ଚଭୂତରେ ଲୀନ ହେଲେ ବଲିଉଡର ଜଣାଶୁଣା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରି, ମୁଖାଗ୍ନି ଦେଲେ ପୁଅ ବପା ଲାହିରି

ମୁମ୍ବାଇର ଜୁହୁସ୍ଥିତ ପବନ ହଂସ ଶ୍ମଶାନରେ ଶେଷ ବିଦାୟ ନେଲେ ବଲିଉଡର ଜଣାଶୁଣା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରି । ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ବାପି ଲାହିରି । ପୁଅ ବପା ଲାହିରି ତାଙ୍କୁ ମୁଖାଗ୍ନି ଦେଇଛନ୍ତି।

ଏହି ଅବସରରେ ବଲିଉଡର ଅନେକ ନାମୀ ସେଲିବ୍ରିଟୀ ଏବଂ ଫ୍ୟାନ୍ ଲୁହଭରା ଆଖିରେ ‘ଡିସ୍କୋ କିଙ୍ଗ୍’ ଭାବେ ପରିଚିତ ବାପି ଦା’ଙ୍କୁ ବିଦାୟ ଦେଇଛନ୍ତି।

ସୂଚନାଯୋଗ୍ୟ, ୬୯ ବର୍ଷ ବୟସ ରେ ଆଖି ବୁଜିଥିଲେ । ବପ୍ପିଙ୍କର ମଙ୍ଗଳବାର ରାତି ୧୧.୪୫ ମିନିଟରେ ମୁମ୍ବାଇରେ ଦେହାନ୍ତ ହୋଇଥିଲା। ଗତ କିଛି ମାସ ଧରି ସେ ଅସୁସ୍ଥ ଥିଲେ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମଙ୍ଗଳବାର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପୁଣିଥରେ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ରା ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

Related Posts