ପଞ୍ଚାୟତ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ପଞ୍ଚାୟତ ନିର୍ବାଚନ ଯେତେ4 ପାଖେଇ ଆସୁଛି ସେତେ ଜମୁଛି ନିର୍ବାଚନୀ ପ୍ରଚାର । ଏହାରି ମଧ୍ୟରେ ନିର୍ବାଚନୀ ହିଂସା ମଧ୍ଯ ବଢ଼ିବାକୁ ଲାଗୁଛି । ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି । ଢେଙ୍କାନାଳ ଜିଲ୍ଲା ବଦାଳୁ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସ୍କୁଟି ଯୋଗେ ବଦାଳୁ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥ ନୃସିଂହ ବାରିକ ତାଙ୍କ କ୍ରସରକୁ ଯାଉଥିଲେ । ହଠାତ୍‌ ଏହି ସମୟରେ ବଦାଳୁ ଘୋଡ଼ାଡିଆଁ ଛକରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ବାଇକ୍‌ ଆସି କିଛି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟିବା ସହ ନିସ୍ତୁକ ମାଡ଼ ମାରିଥିଲେ । ସେମାନେ ମାସ୍କ ପିନ୍ଧିଥିବାରୁ ନୃସିଂହ ଚିହ୍ନିନଥିବା ପ୍ରକାଶ କରିଛନ୍ତି । ଗୁରୁତର ଅବସ୍ଥାରେ ନୃସିଂହକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ,ବଦାଳୁ ପଂଚାୟତରେ ନୃସିଂହଙ୍କୁ ମିଶାଇ ମୋଟ ତିନି ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଜଣାପଡିଛି । ଆକ୍ରମଣର ସଠିକ କାରଣ କଣ ଜଣ ନପଡିଥିଲେ ମଧ୍ୟ ନିର୍ବାଚନ ଯୋଗୁଁ ଅପରଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥାଇ ପାରନ୍ତି ବୋଲି ପ୍ରକାଶ କରିଛନ୍ତି ଆହତ ନୃସିଂହ। ମୋଟଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

Related Posts