ପୁରୀରେ ଲଜ୍ୟା, ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଫେରାର

ବିଶ୍ୱ ପ୍ରସିଦ୍ଧ ପୁରୀରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା | ଜଣେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଛି | ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଗତକାଲି ଘଟିଛି ଏହି ଘଟଣା | ଦିନ ଦ୍ୱିପହରରେ ଟାଉନ୍ ଥାନା ଅଂଚଳରେ ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ ଫେରାର ହୋଇଯାଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ମହେଶ ମହାନ୍ତି ବୋଲି ଜଣାପଡ଼ିଛି ।

ସେ ଜଣେ ଡ୍ରାଇଭର ବୋଲି ପୋଲିସ କହିଛି । ଏହି ଘଟଣାକୁ ନେଇ ଟାଉନ୍ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇଛି । ଟାଉନ୍ ଥାନା ଆଇଆଇସି, କୁମ୍ଭାରପଡ଼ା ଆଇଆଇସି, ବାସେଳିସାହି ଆଇଆଇସି ଓ ବଳିଆପଣ୍ଡା ଆଇଆଇସିଙ୍କ ନେତୃତ୍ୱରେ ଚାରିଟି ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ପୁରୀ ଟାଉନ୍ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟା ନିଜ ପରିବାର ସହ ରୁହନ୍ତି। ତାଙ୍କ ବାପା ଜଣେ ରାଜମିସ୍ତ୍ରୀ। ଅଭିଯୁକ୍ତ ମହେଶ ମହାନ୍ତିଙ୍କ ଘର ଜଗତସିଂହପୁରରେ ହୋଇଥିବା ବେଳେ ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି। ମହେଶଙ୍କର ପୁରୀରେ ଏକ ଘର ଥିବା ବେଳେ ତାହାର ମରାମତି କାମ ଚାଲୁଥିବାରୁ ସେ ସେଠାରେ ଭଡ଼ାରେ ରହୁଥିଲା। ହେଲେ ମରାମତି ସରିବା ପରେ କିଛି ଦିନ ପୂର୍ବରୁ ସେ ନିଜ ଘରକୁ ଚାଲି ଯାଇଥିଲା।

ମାତ୍ର ଗତକାଲି ପ୍ରାୟ ୧୧ଟା ସମୟରେ ସେ ଭଡ଼ା ସ୍ଥାନକୁ ଆସିଥିବା ବେଳେ ସେଠାରେ ନାବାଳିକା ଜଣକ ଏକୁଟିଆ ଖେଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ନାବାଳିକାକୁ ଛାତକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ନାବାଳିକାଜଣକ ଚିତ୍କାର କରିବାରୁ ତାଙ୍କ ମା’ ଛାତକୁ ଯାଇଥିଲେ। ଏହାଦେଖି ମହେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ତୁରନ୍ତ ଶିଶୁ କନ୍ୟାକୁ ପୁରୀ ମେଡିକାଲ ନେଇଥିବା ବେଳେ ଏ ନେଇ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ନାବାଳିକାକୁ କଟକ ରେଫର କରି ଦିଆଯାଇଛି। ନାବାଳିକାଜଣକ ଏବେ କଟକରେ ଚିକିତ୍ସାଧୀନ ଥିବା ବେଳେ ତା’ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଖବର ପୁଲିସ୍‌ ତୁରନ୍ତ ପୁରୀ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏହାପରେ ଅଭିଯୁକ୍ତକୁ ଧରିବାକୁ ୫ଟି ଟିମ୍‌ ଗଠନ କରାଯାଇଛି।

ଅଭିଯୁକ୍ତର ନିଜ ଘର ଜଗତସିଂହପୁରରେ ହୋଇଥିବା ବେଳେ ଗୋଟିଏ ଟିମ୍‌ ସେଠାକୁ ଯାଇଛି। ଏହାବାଦ ଚନ୍ଦନପୁରରେ ତାଙ୍କର ୫ ଭଉଣୀ ବିବାହ କରିଥିବାରୁ ସେଠାକୁ ଗୋଟିଏ ଟିମ୍‌ ଯାଇଛି। ଏହାବାଦ ଗୋପ ଅଞ୍ଚଳରେ ଗୋଟିଏ ଟିମ୍‌ ତଲାସୀ କରୁଥିବା ବେଳେ ପୁରୀରେ ୨ଟି ଟିମ୍‌ ଯାଞ୍ଚ କରୁଛି। ପକ୍ସୋ ଆଇନ ଅନୁଯାୟୀ ପୁଲିସ୍‌ ଏକ ମାମଲା ରୁଜୁ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଖାନ ତଲାସୀକୁ ଜୋରଦାର କରିଛି।

Related Posts