‘ଫିଲ୍ମ ‘ଗଣପତ’ର ଶୁଟିଂ ବେଳେ ଆହତ ହେଲେ ବଲିଉଡ୍ ଷ୍ଟାର ଟାଇଗର ଶ୍ରଫ୍‌

ସୁଟିଂସମୟରେ ବଲିଉଡର ହ୍ୟାଣ୍ଡସମ ହଙ୍କ ତଥା ସୁପର ଡ୍ୟାନ୍ସର ଟାଇଗର ଶ୍ରଫ୍‌ ଆହତ। ଅଫ୍‌କମିଂ ଫିଲ୍ମ ଗଣପତ’ର ଶୁଟିଂ ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ଏନେଇ ସେ ନିଜେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

ଏହି ଫଟୋକୁ ଶେଆର୍‌ କରି ସେ କ୍ୟାପସନରେ ଲେଖିଛନ୍ତି, ‘ଫିଲ୍ମ ‘ଗଣପତ’ର ଫାଇନାଲ୍‌ କାଉଣ୍ଟ ଡାଉନ୍‌ ପୂର୍ବରୁ ମୋ ସହ ଏଭଳି ଘଟିଛି।’ ପ୍ରକୃତରେ ତାଙ୍କ ଫିଲ୍ମ ‘ଗଣପତ’ର ଲାଷ୍ଟ ଫାଇଟ୍‌ ସିନ୍‌ ଶୁଟିଂ ବଳେ ସେ ଆହତ ହୋଇଛନ୍ତି।

‘ଗଣପତ’ ହେଉଛି ଏକ ଆକ୍ସନ ଥ୍ରୀଲର ଫିଲ୍ମ। ଏହି ଫିଲ୍ମର ଘୋଷଣା ପରେ ଫ୍ୟାନ୍‌ମାନେ ଟାଇଗରଙ୍କ ପୁଣି ଥରେ ଦମ୍‌ଦାର ଆକ୍ସନ ଦେଖିବା ପାଉଁ ଉତ୍ସୁକ ଅଛନ୍ତି। ଫିଲ୍ମରେ ଟାଇଗର ଲିଡ୍‌ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଅଭିନେତ୍ରୀ କ୍ରିତି ସାନନ।

Related Posts