ଫି’ ବୃଦ୍ଧିକୁ ନେଇ ରଣକ୍ଷେତ୍ର ପାଲଟିଲା ବାହାନାଗା କଲେଜ, ଟାୟାର ଜାଳି ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ପରୀକ୍ଷା ଫି ଓ କଲେଜ ଡ଼୍ୟୁ ବୃଦ୍ଧି କୁ ନେଇ ତାତିଲେ ଛାତ୍ରଛାତ୍ରୀ । ବାଲେଶ୍ୱର ବାହାନାଗା କଲେଜ ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତବର୍ଷ କଲେଜ କର୍ତୃପକ୍ଷ ପୁରା ଗୋଟିଏ ବର୍ଷର କଲେଜ ଡ଼୍ୟୁ ଆଦାୟ କରିଥିବା ବେଳେ ମାତ୍ର ଗୋଟିଏ କ୍ଲାସ କରିଥିଲେ । ଏପରିକି ଅନଲାଇନରେ କ୍ଲାସ କରାଯାଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏବର୍ଷ ମାତ୍ର ୪ ମାସ କ୍ଲାସ କରାଯାଇଥିବା ବେଳେ ପୁରା ବର୍ଷର ଡ଼୍ୟୁ ଆଦାୟ କରାଯାଉଥିବା ଓ ଅନ୍ୟାନ ଫି ଗୁଡ଼ିକ ଆଦାୟ କରୁଥିବା ଛାତଛାତ୍ରୀମାନେ ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Related Posts