ସୁନ୍ଦରଗଡ଼:  ହେମଗିର ଥାନା ନୂଆଡିହିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ।  ସାନଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡ଼ଭାଇ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ସାନଭାଇ ହେଲେ କେଲାଲ ପଟେଲ। ଘଟଣା ପରେ ଅଭିଯୁକ୍ତ ବଡ଼ଭାଇ ତେଜଲାଲକୁ ପୋଲିସ ଗିରଫ କରିଛି । କୌଣସି କଥାକୁ ନେଇ ରାତିରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ିବା ପରେ ବଡ଼ଭାଇ ଉତ୍ତ୍ୟକ୍ତ ହୋଇ ଘରୁ ଟାଙ୍ଗିଆ ଆଣି ଭାଇକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ହିଁ ସାନଭାଇର ପ୍ରାଣ ଚାଲିଗଲା। ସୂଚନାପାଇ ହେମଗିରି ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସହ ଅଭିଯୁକ୍ତକୁ ଗିରଫ କରିଛି।