କଣ୍ଟାବାଞ୍ଜି : ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ବିଭତ୍ସ ହତ୍ୟା କରିଛି ସ୍ବାମୀ। ମୃତ ମହିଳା ହେଲେ କିଆଫୁଲ ମାଝୀ। କଣ୍ଟାବାଞ୍ଜି ଥାନା ଚଟୁଅନକା ମାଝୀପଡାରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ । ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଦେବଚନ୍ଦ୍ର ମାଝୀ ସ୍ତ୍ରୀ କିଆଫୁଲ ମାଝୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ସ୍ୱାମୀ ଧାରୁଆ ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଏଥିରେ କିଆଫୁଲ ମାଝୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସୈତାନ ସ୍ୱାମୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତେବେ ହତ୍ୟାର ପ୍ରକୃତ କାରଣ କଣ ଥିଲା ଏବଂ ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ କଣ୍ଟାବାଞ୍ଜି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
