ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପାଇଁ ବଢ଼ିଛି ଅଡୁଆ। ନୟାଗଡ଼ ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ସମ୍ପର୍କିତ ମାମଲାରେ ଅରୁଣ ସାହୁଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଫଳରେ ଏବେ ଏହି ମାମଲାର ଶୁଣାଣି ହାଇକୋର୍ଟରେ ଜାରି ରହିବ। ହାଇକୋର୍ଟ ପୂର୍ବରୁ ଏହି ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମନା କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅରୁଣ ସାହୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅରୁଣ ସାହୁଙ୍କ ଆବେଦନକୁ ଖାରଜ କରିବା ସହ ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
