ବଢୁଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା: ୧୦ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇବ କେନ୍ଦ୍ର

ବୃଦ୍ଧି ପାଉଛି ଦେଶରେ ଓମିକ୍ରନ୍ ମାମଲା | କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହି ସମୟରେ କେନ୍ଦ୍ର ସରକାର ଏହାର ସ୍ୱତନ୍ତ୍ର ଟିମ୍‌କୁ ୧୦ ଟି ରାଜ୍ୟକୁ ପଠାଇବେ। ଶନିବାର ଦିନ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୧୦ ଟି ଚିହ୍ନିତ ରାଜ୍ୟରେ କେନ୍ଦ୍ରୀୟ ଦଳ ନିୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ପଞ୍ଜାବରେ କେନ୍ଦ୍ର ସ୍ବତନ୍ତ୍ର ଟିମ୍‌ ନିୟୋଜିତ କରିବ।

Related Posts