ବଦଳିପାରେ ଆନ୍ଧ୍ର ପ୍ରଦେଶ ରାଜଧାନୀ !

ବଦଳିବ ଆନ୍ଧ୍ର ପ୍ରଦେଶ ରାଜଧାନୀ | ଏନେଇ ରାଜ୍ୟ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି | ଆନ୍ଧ୍ର ରାଜଧାନୀ ଅମରାବତୀରୁ ଖୁବଶୀଘ୍ର ବିଶାଖାପାଟନମକୁ ସ୍ଥାନାନ୍ତରିତ ହେବା ନେଇ ଆସନ୍ତା ଏପ୍ରିଲରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ରେଡ୍ଡୀ ରାଜ୍ୟରେ ତିନୋଟି ରାଜଧାନୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଥିଲା । ହେଲେ ଯାହା କୁହାଯାଉଛି ମୁଖ୍ୟମନ୍ତ୍ରୀ କେବଳ ବିଶାଖାପାଟନମରେ ରାଜଧାନୀ ପ୍ରତିଷ୍ଠା କରିବେ । ଉଗାଡି ବା ତେଲୁଗୁ ନବବର୍ଷ ପରେ ରାଜଧାନୀ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ବର୍ଷ ଏପ୍ରିଲ ୨ରେ ତେଲୁଗୁ ନବବର୍ଷ ପଡୁଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଗୁରୁବାର ବିଶାଖାପାଟନମକୁ ନିଜର ନୂଆ ଗନ୍ତବ୍ୟସ୍ଥଳ କରିବା ପାଇଁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ(TFI)କୁ କହିଥିଲେ ଏବଂ ଇଣ୍ଡଷ୍ଟ୍ରୀକୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଆସନ୍ତା ୧୦ରୁ ୨୦ ବର୍ଷ ମଧ୍ୟରେ ବିଶାଖାପାଟନମ୍ ଏକ ଗୁରୁତ୍ବପୂର୍ଣ୍ଣ ସହର ଭାବେ ପରିଗଣିତ ହେବ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ |

Related Posts