ଭାଲେଣ୍ଟାଇନ୍ ସପ୍ତାହର ଆଜି ଷଷ୍ଠ ଦିବସ: ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ କରିଥାନ୍ତି ଆଲିଙ୍ଗନ

ପ୍ରେମ ସପ୍ତାହର ଆଜି ଷଷ୍ଠ ଦିନ | ଆଜିର ଦିନକୁ ହଗ୍-ଡେ ଭାବରେ ପାଳନ କରିଥାନ୍ତି ପ୍ରେମୀ ଯୁଗଳ | ଭାଲେଣ୍ଟାଇନ୍ସ ଡେ କୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ, ବେଶ ଉତ୍ସାହର ସହ ପ୍ରେମୀ ଯୁଗଳ ମାନେ ପ୍ରେମ ସପ୍ତାହକୁ ପାଳନ କରୁଛନ୍ତି | ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି।

ଭାଲେଣ୍ଟାଇନ୍‌ ଓ୍ଵିକର ଏହି ଦିନ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ । ଏହି ଦିନ ନିଜର କିଛି ଖାସ୍‌ ଲୋକଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଭଲପାଇବା ଏବଂ ବିଶ୍ୱାସ ଆହୁରି ଗଭୀର ହୋଇଥାଏ । ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ । ପ୍ରେମ ଓ ଭଲ ପାଇବାର ଏକାନ୍ତ ଆତ୍ମିୟ ମିଳନ । ଆଲିଙ୍ଗନ ସମର୍ପଣର ଭାବନାକୁ ବୁଝାଏ ।ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କିଛି ରିସର୍ଚରୁ ଜଣାପଡିଛି ଯେ ହଗ୍ କରିବା ଦ୍ବାରା ଷ୍ଟ୍ରେସ୍ କମିବା ସହ ମାନସିକ ଶାନ୍ତି ମିଳିଥାଏ । ଏଥିସହ ନିଜ ସାଥୀଙ୍କ ପ୍ରତି ଭଲପାଇବା, ବିଶ୍ୱାସ ଆହୁରି ବଢିଥାଏ ।

ହଗ୍‌ ବା ଆଲିଙ୍ଗନର ଅର୍ଥ ସୁରକ୍ଷା, ଆଶ୍ୱାସନା ଓ ସ୍ନେହ ଶ୍ରଦ୍ଧାର ପ୍ରତୀକ ଏବଂ ଜଣେ ଜଣଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଏହା ଦର୍ଶାଇଥାଏ । ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବା ବାଣ୍ଟିବାର ଏକ ସରଳ ଓ ସହଜ ମାଧ୍ୟମ ହେଉଛି ହଗ୍‌ ବା ଆଲିଙ୍ଗନ । ଦାମ୍ପତ୍ୟ ଜିବନରେ ଆଲିଙ୍ଗନର ବିଶେଷ ମହତ୍ବ ରହିଛି । ଆଲିଙ୍ଗନ ଦ୍ବାରା ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ବିଧାକୁ ନିମିଷକେ ଦୂର କରିଥାଏ ।

Related Posts