ବହୁ ଚର୍ଚ୍ଚିତ ବ୍ରହ୍ମଗିରି ଚିତ୍ତରଞ୍ଜନ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ସତ୍ୟପାଠ 24/12 ପୁରୀ: ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ ଟିମ୍ । ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ଗତ ଶନିବାର ରାତିରେ ଜଗନ୍ନାଥ ଷଡ଼ଙ୍ଗୀ ଚିତ୍ତରଞ୍ଜନ ପଲେଇକୁ ସାଙ୍ଗରେ ନେଇ ଜମାରଶୁଆ ନିକଟ ଚକ୍ରପଡା ଗ୍ରାମକୁ ଯାଇଥିଲା । ତାପରେ ସେହି ଦିନଠାରୁ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲା । ପରେ ଶନିବାର ସକାଳୁ ଚିତ୍ତରଞ୍ଜନଙ୍କ ମୃତଦେହ ନୂଆନଈ ପଠାରୁ ମିଳିଥିଲା । ଘଟଣାକୁ ନେଇ ପ୍ରଥମେ ପୋଲିସ ଓ ଏସଆଇଟି ଟିମ୍ ପରେ କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାର ତଦନ୍ତ ଭାର ନେଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୫ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା । ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Related Posts