ବହୁ ମନ୍ତ୍ରୀଙ୍କ ଚୋରା କ୍ୟାସେଟ୍ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାଖରେ ରହିଛି : କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ

ଭୁବନେଶ୍ବର : ଶିକ୍ଷୟିତ୍ରୀ ମମିତା ମେହର ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜୋର ଚାଲିଥିବା ବେଳେ ବାଙ୍କୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ା ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରା ନଯିବା ପଛରେ ବଡ଼ ରହସ୍ୟ ରହିଛି ା

ମହାଲିଙ୍ଗ କଲେଜରେ ଜମି ଜବରଦଖଲ ହେଉ କି  ଦୁଇ ଦୁଇଟା ହତ୍ୟା ପରି ଜଘନ୍ୟ ଅପରାଧ ବିନା ସରକାର ପ୍ରୋତ୍ସାହନରେ ହେବା ଅସମ୍ଭବ। ଏଥିସହ ସେଠାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ର ଆଜିବି ତଦନ୍ତ ହୋଇପାରିଲାନି। ମହାଲିଙ୍ଗ କଲେଜକୁ ଶାସକ ଦଳର ଅନେକ ନେତା ମନ୍ତ୍ରୀ ଯାଉଥିଲେ। ସେମାନଙ୍କ ଚୋରା କ୍ୟାସେଟ୍‌ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଖରେ ରହିଛି। ତେଣୁ

ହତ୍ୟାକାଣ୍ଡରେ ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି। ନବୀନ ପଟ୍ଟନାୟକ ଭୟରେ ରହିଛନ୍ତି ା ମନ୍ତ୍ରୀ ଦିବ୍ୟଶଙ୍କଙ୍କୁ ମନ୍ତ୍ରୀ ପଦରୁ ବାହାର କରି ଦେଲେ ବିଜେଡି ରାଜନୀତିରେ ଗୋଟିଏ ବଡ଼ ବ୍ଲାଷ୍ଟ ହେବାର ସମ୍ଭାବନା ରହିଛି ା ତେଣୁ ଦିବ୍ୟଶଙ୍କରକୁ ବାହାର କଲେ ବିଜେଡି ସରକାର ଭାଙ୍ଗିଯିବ। । ସେଥିପାଇଁ ସେ ଦିବ୍ୟଙ୍କୁ ଛୁଇଁ ପାରୁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ଆଗରେ ସୂଚନା ଦେଇ କହିଛନ୍ତି ା

Related Posts