ଢାକା, (ସତ୍ୟପାଠବ୍ୟୁରୋ) : ବାଂଲାଦେଶ ରାଜନୀତିରେ ଆଜି ଏକ ବଡ଼ ଦିନ। ଦୀର୍ଘ ୩୫ ବର୍ଷ ପରେ ଦେଶରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନୀ ମୁକାବିଲା ଦେଖିବାକୁ ମିଳୁଛି । ରାଷ୍ଟ୍ରପତି ପଦ ପାଇଁ ମିର୍ଜା ଫଖରୁଲ ଇସଲାମ ଆଲମଗୀର ଏବଂ କର୍ଣ୍ଣେଲ ଓଲି ଅହମଦଙ୍କ ମଧ୍ୟରେ ମୁଖ୍ୟ ମୁକାବିଲା ହେଉଛି । ସଂସଦରେ ହେବାକୁ ଥିବା ଏହି ନିର୍ବାଚନରେ ୩୪୯ ଜଣ ସାଂସଦ ମତଦାନ କରିବେ । ଦେଶର ରାଜନୈତିକ ପରିବର୍ତ୍ତନ ପରେ ଏହି ନିର୍ବାଚନକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ବିଶେଷ କଥା ହେଉଛି, ବାଂଲାଦେଶରେ ଗତ କିଛି ଦଶନ୍ଧି ଧରି ରାଷ୍ଟ୍ରପତି ପଦ ପାଇଁ ଏଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇନଥିଲା । ତେଣୁ ୩୫ ବର୍ଷ ପରେ ହେଉଥିବା ଏହି ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । ମିର୍ଜା ଫଖରୁଲଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଅନ୍ୟପଟେ କର୍ଣ୍ଣେଲ ଓଲି ଅହମଦ ମଧ୍ୟ ମଇଦାନରେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ରହିଛନ୍ତି । ଏବେ କାହା ସପକ୍ଷରେ ଯାଉଛି ମତଦାନ ଏବଂ କିଏ ବାଂଲାଦେଶର ରାଷ୍ଟ୍ରପତି ହେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।
