ବିଜେପି ପକ୍ଷରୁ ସ୍ୱତନ୍ତ୍ର ଦାନ ଅଭିଯାନ ଆରମ୍ଭ: ପାର୍ଟି ପାଣ୍ଠିରେ ୧୦୦୦ ଟଙ୍କା ଦାନ କଲେ ପ୍ରଧାନମନ୍ତ୍ରୀ

ବିଜେପି ଏକ ସ୍ୱତନ୍ତ୍ର ଦାନ ଅଭିଯାନ ଆରମ୍ଭ ହୋଇଛି | ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଅଭିଯାନ ଆରମ୍ଭ ହୋଇଛି | ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପାଣ୍ଠିକୁ ୧,୦୦୦ ଦାନ କରିଛନ୍ତି। ଫେବୃଆରୀ ୧୧ ପର୍ଯ୍ୟନ୍ତ ଏହି ଡ୍ରାଇଭ୍ ଜାରି ରହିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେବା ସହ , ସର୍ବଦା ଦେଶକୁ ପ୍ରଥମ କରିବା ଏବଂ ଆମର କ୍ୟାଡରଙ୍କ ଦ୍ୱାରା ଆଜୀବନ ନିଃସ୍ୱାର୍ଥପର ସେବା କରିବାର ସଂସ୍କୃତି ଆପଣଙ୍କ ଦାନ ଦ୍ୱାରା ଅଧିକ ଶକ୍ତିଶାଳୀ ହେବ । ବିଜେପିକୁ ମଜବୁତ କରିବାରେ ସାହାଯ୍ୟ କରନ୍ତୁ ଏବଂ ଭାରତକୁ ମଜବୁତ କରିବାରେ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି |

ସେହିଭଳି “ବିଜେପିକୁ ଯେକୌଣସି ଦାନ ଏକ ଶକ୍ତିଶାଳୀ ନୂତନ ଭାରତ ପାଇଁ ଏକ ଅବଦାନ ଅଟେ। ଆପଣ ନମୋ ଆପର ‘ଦାନ’ ମଡ୍ୟୁଲ୍ ମାଧ୍ୟମରେ ଯୋଗଦାନ କରିପାରିବେ। ମୁଁ ମୋର ଦାନ କାର୍ଯ୍ୟ କରିସାରିଛି ଏବଂ ଅନ୍ୟ ସମସ୍ତଙ୍କୁ ଦାନ ଏବଂ ପ୍ରେରଣା ଦେବା ପାଇଁ ମୋର ସମସ୍ତ ସମର୍ଥକ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନିବେଦନ କରୁଛି ବୋଲି କହି, “ଅମିତ ଶାହା ଟୁଇଟ୍ କରିଛନ୍ତି।

Related Posts