ବିଦେଶ ଫେରାନ୍ତାଙ୍କ ପାଇଁ ଦେଶର ୬ଟି ପ୍ରମୁଖ ବିମାନବନ୍ଦରରେ ଆଗୁଆ RT-PCR ଟେଷ୍ଟ ବୁକିଂ ବାଧ୍ୟତାମୂଳକ

ଓମିକ୍ରନ ସଂକ୍ରମଣ ଓ ଭୟାବହତାକୁ ନେଇ ଦେଶରେ ଦେଖା ଦେଲାଣି ଭୟର ବାତାବରଣ | ଯାହାକୁ ଦୃଷ୍ଟିରେ ରଖି ବିଦେଶ ଫେରନ୍ତାଙ୍କ ପାଇଁ ନିୟମ କଡାକଡି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଗୁଆ ଆରଟିପିସିଆର(RT-PCR) ଟେଷ୍ଟ ବୁକିଂ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨୦ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୨୦ ତାରିଖରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଆଦି ୬ଟି ବିମାନ ବନ୍ଦରରେ ରିସ୍କ ଦେଶରୁ ଆସୁଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ RT-PCR ଟେଷ୍ଟର ପ୍ରି-ବୁକିଂ କରିବା ଜରୁରୀ । ରିସ୍କ ଅର୍ଥାତ୍ ଅଧିକ ସଂକ୍ରମଣ ବିଶିଷ୍ଟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀ ସେହି ଦେଶରେ ୧୪ ଦିନରୁ ଅଧିକ ସମୟ ରହି ଫେରୁଥିଲେ ଏହି ପ୍ରି ବୁକିଂ ବାଧ୍ୟତାମୂଳକ । ଏଥିପାଇଁ ଏୟାରପୋର୍ଟ ୱେବସାଇଟରେ ସୁବିଧା ଉପଲବ୍ଧ କରାଯିବ ।ସେହିପରି ଦେଶରେ ଓମିକ୍ରନ ଭୟାବହତା ମଧ୍ୟରେ ଆସନ୍ତା ଜାନୁୟାରୀ ୩୧ ତାରିଖରୁ ଭାରତରୁ ବାଣିଜ୍ୟିକ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ମଧ୍ୟ DGCA ଘୋଷଣା କରିଛି ।

Related Posts