ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବିଧାନସଭାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ସ୍ଥାୟୀ, ବିଭାଗୀୟ ଓ ଗୃହ କମିଟି ଗଠନ କରାଯାଇଛି । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗଠନ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠିତ ହୋଇଛି । ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକାଧିକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁରୁତ୍ୱପୂର୍ଣ୍ଣ ପିଏସି କମିଟି ଅଧ୍ୟକ୍ଷ ହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଦାୟିତ୍ବ ମିଳିଛି । କମିଟିରେ ରାମ ଚନ୍ଦ୍ର କାଡାମ, ଅରୁଣ ସାହୁ, ଗଣେଶ୍ଵର ବେହେରା, ସନାତନ ବିଜୁଳିଙ୍କ ସମେତ ୧୧ ବିଧାୟକ ସଦସ୍ୟ ରହିଛନ୍ତି । ସେହିଭଳି ପ୍ରିଭିଲେଜ କମିଟିର ଅଧ୍ୟକ୍ଷ ଜୟନାରାୟଣ ମିଶ୍ର ରହିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ସଦସ୍ୟ ଅଛନ୍ତି । ସେହିଭଳି ୧୦ ଟି ଷ୍ଟାଣ୍ଡିଙ୍ଗ କମିଟି ଘୋଷଣା କରିଛନ୍ତି ବାଚସ୍ପତି । ଷ୍ଟାଣ୍ଡିଂ କମିଟି ୧ର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ର, ୨ ର ଅଧ୍ୟକ୍ଷ ସନ୍ତୋଷ ଖଟୁଆ, ୩ର ବାବୁ ସିଂ, ୫ର ବିଭୁତି ପ୍ରଧାନ, ୬ର ରାମ ଚନ୍ଦ୍ର କାଡାମ, ୯ ର ସନାତନ ବିଜୁଳି ଏବଂ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପୁନର୍ବାର ଷ୍ଟାଣ୍ଡିଂ କମିଟି ୧୦ ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ଭାବେ ଆକାଶ ଦାସ ନାୟକ ଚୟନ ହୋଇଥିବା ବେଳେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ୧୧ ନିଲମ୍ବିତ ବିଧାୟକ ।