ବୈପାରିଗୁଡ଼ା (ସତ୍ୟପାଠବ୍ୟୁରୋ): କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକରେ ବିଲୁଆ ଆତଙ୍କ ଦେଖାଦେଇଛି। ବିଲୁଆ ଆକ୍ରମଣରେ ୬ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଖୋରାଗୁଡ଼ା ଗ୍ରାମର ୪ ଜଣ, କଦମଗୁଡ଼ା ଗ୍ରାମର ଜଣେ ଏବଂ ବଡ଼ାଗୁଡ଼ା ଗ୍ରାମର ଆଉ ଜଣେ ବ୍ୟକ୍ତି ରହିଛନ୍ତି। । ଆହତ ୬ ଜଣଙ୍କୁ ତୁରନ୍ତ ବୈପାରିଗୁଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ଅନ୍ୟପକ୍ଷରେ ବିଲୁଆ ଆକ୍ରମଣ ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବିଲୁଆକୁ ଧରିବା ପାଇଁ ପଦକ୍ଷେପ ନେଉଥିବା ସୂଚନା ମିଳିଛି। ଏହାସହ ଗାଁ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଲୁଆ ହଠାତ୍ ଗାଁ ଭିତରକୁ ମାଡ଼ି ଆସିଥିଲା। ବିଲୁଆକୁ େଦଖି ଲୋକମାନେ ଦୌଡ଼ି ଯିବାକୁ ଉଦ୍ୟମ କଲା େବଳେ ଘଟଣାସ୍ଥଳରେ ୬ଜଣଙ୍କୁ କାମୁଡ଼ି ଦେଇଥିଲେ।
