ବୌଦ୍ଧ (ସତ୍ୟପାଠବ୍ୟୁରୋ): ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗାଁର ବାଘ ଆତଙ୍କ ଦେଖା ଦେଇଛି। ଏକ କଲରାପତାରିଆ ବାଘ ଗାଈକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘର ଗତି ବିଧି ନଜର ରଖିବା ସହ ପାଦଚିହ୍ନ ଦେଖି ବାଘଟି କଲରାପତାରିଆ ହୋଇଥାଇପାରେ ବୋଲି ସୂଚନା ଦେଇଛି ବନବିଭାଗ । ଏହାସହ ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲକୁ ପ୍ରବେଶ ବାରଣ କରାଯାଇଛି । ସୂଚନାଯୋଗ୍ୟ, ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗାଁର ଗାଈଚରାଳି ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ନେଇଥିଲେ । କିନ୍ତୁ ସନ୍ଧ୍ୟାରେ ଗୋଟିଏ ଗାଇ କମ ଥିବା ଦେଖିବାକୁ ପାଇଥିଲେ । ଏହା ପରେ ଗାଇର ମୃତଦେହ ସହ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା । ଏ େନଇ ଗାଇ ଚରାଳି ବନ ବିଭାଗକୁ ଖବର ଦେଇଥିଲେ।  ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।