ଭାଲେଣ୍ଟାଇନ୍ ସପ୍ତାହର ଆଜି ତୃତୀୟ ଦିନ: ସାଥୀଙ୍କୁ ଚକୋଲେଟ୍ ଦେଇ ପାଟିକୁ ମିଠା କରି କୁହନ୍ତୁ ମନର କଥା

ଆଜି ଭାଲେଣ୍ଟାଇନ୍ ସପ୍ତାହର ଆଜି ତୃତୀୟ ଦିନ | ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ଆଜି ତୃତୀୟ ଦିନ | ଏହି ପ୍ରେମ ସପ୍ତାହ ପ୍ରଥମ ଦିନ ରୋଜ ଡେ’ରୁ ଆରମ୍ଭ ହୋଇ ଶେଷ ଦିନ ଭାଲେଣ୍ଟାଇନ ଡେରେ ଶେଷ ହୁଏ । ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲା ଆଜି ଭାଲେଣ୍ଟାଇନ୍ ସପ୍ତାହର ସବୁଠାରୁ ମିଠାଦିନ ଚକୋଲେଟ୍ ଡେ । କିଛି ଶୁଭ କାମ କରିବା ପୂର୍ବରୁ ବା କିଛି ଶୁଭ କାର୍ଯ୍ୟ କରିବା ପୂର୍ବରୁ କୁହନ୍ତି ଯଦି ଆମେ କିଛି ମିଠା ଖାଇବା ତେବେ ଆମ କାର୍ଯ୍ୟରେ ସୁରୁଖୁର ବା ସଫଳତାର ସହ ଶେଷ ହେବ | ତେବେ ଆଜି ହେଉଛି ସେହି ଦିନ ଏହି ଦିନକୁ ଖାସ୍ କରିବାକୁ ପ୍ରେମୀଯୁଗଳ ବେଶ ସରାଗର ସହ ପାଳନ କରିଥାନ୍ତି । କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ କପଲ ବି ଏହାକୁ ପାଳନ କରିଥାନ୍ତି ।

ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ । ଆଜି ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ । ହାତରେ ହାତ ଛନ୍ଦି ପାର୍କ, ମଲ, ରେସ୍ତୋଁରାରେ ଉଭୟ ଉଭୟଙ୍କୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିବେ ପ୍ରେମ ପକ୍ଷୀ । ପ୍ରେମ ଆଉ ଚକୋଲେଟ ସତେ ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । କାହିଁକି ନା ମିଠା ବିନା ପ୍ରେମ ଅଧୁରା । କିଶୋର ସମୟରେ ପ୍ରେମ ଚକୋଲେଟ୍ ଦିଆ ନିଆରୁ ହିଁ ଆରମ୍ଭ ହୋଇଥାଏ । ନିଜ ପ୍ରେମିକା ମନରେ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକୋଲେଟ ଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉ ସମସ୍ତେ ଚକୋଲେଟ ହିଁ ଦେଇଥାନ୍ତି।

କାରଣ ପ୍ରେମୀଙ୍କ ମତରେ ଚକୋଲେଟ ସମ୍ପର୍କରେ ମଧୁରତା ଆଣେ । କିଏ ନିଜ ପ୍ରେମିକାକୁ ହୃଦୟ ଅକୃତିର ଚକୋଲେଟ୍ ଦେଲାଣି ତ ଆଉ କିଏ ଗୋଲ ଚକୋଲେଟ୍ । କେବଳ ପ୍ରେମୀ ଯୁଗଳ ନୁହେଁ ବନ୍ଧୁଙ୍କୁ ମଧ୍ୟ ଆପଣ ତାଙ୍କ ପସନ୍ଦ ମୁତାବକ ଚକୋଲେଟ ଦେଇ ଖୁସି କରିପାରିବେ ।

Related Posts