ମଣିପୁର ବିଧାନସଭା ନିର୍ବାଚନ: ବିଜେପି ଘୋଷଣା କଲା ଘୋଷଣାପତ୍ର

ମଣିପୁର ବିଧାନସଭା ନିର୍ବାଚନକୁ ନେଇ ବିଜେପି ପ୍ରଚାର କୁ ଜୋର୍ ଦାର୍ କରିଥିବା ବେଳେ, ଏହାରି ମଧ୍ୟରେ ଘୋଷଣାପତ୍ର ଜାରି କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ଘୋଷଣାପତ୍ର ଜାରି କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ମଣିପୁର ହେଉଛି ପୂର୍ବୋତ୍ତର ବିକାଶର ପ୍ରବେଶ ଦ୍ୱାର । ଗତ ୫ ବର୍ଷ ହେଲା ଏନ୍ ବୀରେନ୍ ସିଂହଙ୍କ ନେତୃତ୍ୱରେ ଏଠାରେ ସ୍ଥିର ନେତୃତ୍ୱ ଦେଖିବାକୁ ମିଳିଛି । ଆଗକୁ ମଧ୍ୟ ଅଧିକ ବିକାଶ ସୁନିଶ୍ଚିତ କରିବା ପାଇଁ, ରାଜ୍ୟରେ ଉଗ୍ରବାଦକୁ ଶାନ୍ତ କରିବା ପାଇଁ ବିଜେପି ସରକାରକୁ ପୁଣିଥରେ ଆଣିବାକୁ ନଡ୍ଡା ମଣିପୁରବାସୀଙ୍କୁ ଆହ୍ୱାନ କରିଛନ୍ତି ।

ଅନ୍ୟପଟେ ବିଜେପି ନିଜର ଘୋଷଣା ପତ୍ରରେ, ମଣିପୁରର ମହିଳାମାନଙ୍କୁ ୨ଟି ମାଗଣା ସିଲିଣ୍ଡର ଦେବାକୁ ପ୍ରତିଶ୍ରୁତି ଦେଇଛି । ଯାହାକି ମହିଳା ସଶକ୍ତିକରଣ ହେବ । ଏହା ସହିତ ମଣିପୁର କଲେଜକୁ ଯାଉଥିବା ସବୁ ମେଧାବୀ ଛାତ୍ରୀଙ୍କୁ ସରକାର ମାଗଣାରେ ସ୍କୁଟି ଯୋଗାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଖାଲି ସେତିକି ନୁହେଁ, ମଣିପୁରର କେଉଁ ମାଛ ଧରାଳୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାର ସେମାନଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ । ଏହା ସହିତ ମହିଳାଙ୍କ ଶିକ୍ଷା ଓ ବିକାଶ ପାଇଁ ସରକାର ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବେ ବୋଲି ନଡ୍ଡା କହିଛନ୍ତି । ସେହିପରି ବରିଷ୍ଠ ନାଗରିକଙ୍କ ପେନସନ୍ ୨ ଶହ ଟଙ୍କାରୁ ବଢାଇ ୧ ହଜାର ଟଙ୍କା କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି । ତା ସହିତ ପିଏମ୍ କିଷାନ ଜରିଆରେ ଚାଷୀଙ୍କୁ ସହାୟତା ୬ ହଜାରରୁ ବୃଦ୍ଧି କରି ୮ ହଜାର କରିବାକୁ ମଧ୍ୟ ବିଜେପି ନିଜର ଘୋଷଣାପତ୍ରରେ ଉଲ୍ଲେଖ କରିଛି ।

ସୂଚନାଯୋଗ୍ୟ ଯେ, ଦୁଇଟି ଚରଣରେ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ଚରଣ ଫେବ୍ରୁଆରୀ ୨୮ ଓ ଦ୍ୱିତୀୟ ଚରଣ ମାର୍ଚ୍ଚ ୫ ତାରିଖରେ ହେବ ।

Related Posts