କୋଟିଆରେ ଫେଲ ମାରିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଳଞ୍ଚଳ ହୋଇ ଉଠିଛନ୍ତି । ସେପଟେ ଏଥର କୋଟିଆ ନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ଏହା ମଧ୍ୟରେ କୋଟିଆର ଫଗୁଣସିନେରୀ ଠାରେ ଏକାସଙ୍ଗେ ଚାଲିଥିଲା ଓଡ଼ିଶା ଓ ଆନ୍ଧ୍ରର ସ୍ଵାସ୍ଥ୍ୟ ଶିବିର। ଓଡ଼ିଶା ସ୍ଵାସ୍ଥ୍ୟ ଶିବିର ଆମ୍ବୁଲାନ୍ସ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ଵାସ୍ଥ୍ୟ ଶିବିର କରି ଫଗୁଣସିନେରୀ ଠାରେ ପହଞ୍ଚିଥିଲେ ।

ଠିକ୍ ସେହି ସମୟରେ ଆନ୍ଧ୍ର ପକ୍ଷରୁ ସ୍ଵାସ୍ଥ୍ୟ ଶିବିର କରିବାକୁ ଫଗୁଣସିନେରୀ ଠାରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ଗ୍ରାମବାସୀମାନେ ଓଡିଶା ଆମ୍ବୁଲାନ୍ସ ନିକଟକୁ ଆସି ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣାରେ ମେଡିସିନ ନେଇଥିବା ବେଳେ ଆନ୍ଧ୍ର ଆମ୍ବୁଲାନ୍ସ ନିକଟକୁ ଲୋକମାନେ ନଆସିବାରୁ ଅଧିକାରୀମାନେ ଶେଷରେ ଫେରିଯାଇଥିବା ଜଣାପଡିଛି। ଓଡିଶା ତରଫରୁ କୋଟିଆ ଗ୍ରାମପୁଞ୍ଜରେ ୧୭୮ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ମେଡିସିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

Related Posts