ମମତାଙ୍କ ହାତ ଛାଡିଲେ ଗୋଆର ପୂର୍ବତନ ବିଧାୟତ ଲବୁ ମାମଲେଦାର

ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିଲା ଝଟକା | ୩ ମାସ ପୂର୍ବରୁ ଦିଦିଙ୍କ ସହ ସାମିଲ ହୋଇଥିବା ଗୋଆର ପୂର୍ବତନ ବିଧାୟତ ଲବୁ ମାମଲେଦାର ଦଳ ଛାଡିଥିବା ସୂଚନା ମିଳିଛି | ଏହାସହ ସେ ଦିଦିଙ୍କ ଉପରେ ବର୍ଷିଛନ୍ତି |

ଲବୁ ଶୁକ୍ରବାର ଦଳ ଛାଡିଛନ୍ତି । ଏହାସହ କହିଛନ୍ତି ଯେ, ସେ ସେପ୍ଟେମ୍ବରରେ ଟିଏମସିରେ ସାମିଲ ହୋଇଥିଲେ । ତେବେ ଟିଏମସି ଏକ ସାମ୍ପ୍ରଦାୟିକ ଦଳ । ଟିଏମସି ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରୁଛି । ମମତା ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ସହ ମେଣ୍ଟ କରିଛନ୍ତି । ଏପରି ଭାବେ ଟିଏମସିର ସାମ୍ପ୍ରଦାୟିକତା ସାମ୍ନାକୁ ଆସିଛି । ଦିଦି ଯେଉଁ ସବୁ ଘୋଷଣା କରିଛନ୍ତି ତାହା ଠିକ୍ ନୁହେଁ । ଦିଦି ପଶ୍ଚିମବଙ୍ଗରେ ମହିଳାଙ୍କୁ ମାସିକ ୫୦୦ ଟଙ୍କା ସହ ଲକ୍ଷ୍ମୀ ଭଣ୍ଡାର ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଗୋଆରେ ଦିଦି ୫ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଯାହା ଅବାସ୍ତବ । ଯଦି କୌଣସି ଦଳକୁ ହାରିବା ଭୟ ଘାରେ ସେ ଅବାସ୍ତବ ଘୋଷଣା କରିଥାଏ । ଏପରି କହି ମମତାଙ୍କୁ ଟାର୍ଗେଟ କରିଛନ୍ତି |

Related Posts