ମା ହେଲେ ଦେଶୀ ଗର୍ଲ ପ୍ରିୟଙ୍କା

ମା’ ହେଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଛି ଖୁସି । ଏନେଇ ସେ ନିଜେ ଏହି ଖୁସି ଖବର ସୋଶାଲ ମିଡିଆରେ ଶେଆର କରିଛନ୍ତି। ସରୋଗେସି ଜରିଆରେ ପ୍ରିୟଙ୍କା ଓ ନିକଙ୍କ ଘରକୁ ଆସିଛି କୁନି ଅତିଥି।

ମା’ ହେବା ଖୁସି ସମ୍ପର୍କରେ ସୋଶାଲ ମିଡିଆରେ ସୂଚନା ଦେଇ ପ୍ରିୟଙ୍କା କହିଛନ୍ତି, ଆମେ ବହୁତ ଖୁସି ଯେ, ସରୋଗେସି ଜରିଆରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛୁ। ତେଣୁ ଏପରି ବିଶେଷ ସମୟରେ ଆମ ପ୍ରାଇଭେସିକୁ ସମ୍ମାନ ଦେବା ପାଇଁ ନିବେଦନ କରୁଛୁ। ଆମେ ନିଜ ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ।

ସ୍ୱାମୀ ନିକ୍‌ଙ୍କ ସହ ପ୍ରିୟଙ୍କା।
୨୦୦୦ ମସିହାରେ ମିସ୍‌ ୱାର୍ଲ୍ଡ ମୁକୁଟ ପିନ୍ଧିଥିବା ପ୍ରିୟଙ୍କା ୨୦୧୮ ମସିହାରେ ରାଜସ୍ଥାନରେ ଏକ ରୟାଲ ମ୍ୟାରେଜ ସେରିମନିରେ ଆମେରିକା ଗାୟକ ନିକ ଜୋନ୍ସଙ୍କୁ ବିବାହ କରିଥିଲେ।

ବଲିଉଡରେ ଆଗ ଧାଡ଼ିରେ ଅଭିନେତ୍ରୀ ପାଲଟିଥିବା ପ୍ରିୟଙ୍କାକୁ ନେଇ ହଲିଉଡରେ ବି ଚର୍ଚ୍ଚା। ଚାରିଆଡେ ନିଜ ଅଭିନୟର ଜାଲୱା ଦେଖାଇଛନ୍ତି ପ୍ରିୟଙ୍କା। ଇଣ୍ଟରନ୍ୟାସନାଲ ସେନସେସନ୍‌ ପାଲଟିଥିବା ପ୍ରିୟଙ୍କାଙ୍କୁ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ସେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ୫ ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ହାତେଇ ସାରିଛନ୍ତି। ବିବାହ ପରଠୁ ପ୍ରିୟଙ୍କା ନିଜ ପତିଙ୍କ ସହ ଆମେରିକାରେ ହିଁ ବସବାସ କରୁଛନ୍ତି। ଏବେ ସେ ମା’ ହେବା ଖବର ପ୍ରଚାରିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Related Posts