‘ନିକ ଜୋନାସଙ୍କ ସ୍ତ୍ରୀ’ କହିବାରୁ ଖପ୍ପା ହେଲେ ପ୍ରିୟଙ୍କା, ରାଗି ପାଚି ହେଲେ ନାଲି

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ମଧ୍ୟରେ ଏବେ ସମ୍ପର୍କ ଭଲ ନଥିବା ନେଇ ଚର୍ଚା ହେଉଥିବା ବେଳେ, ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ମନାକୁ ଆସିଛି | ତାଙ୍କୁ ‘ନିକ ଜୋନାସଙ୍କ ସ୍ତ୍ରୀ’ କୁହାଯାଉଥିବାରୁ ସେ ରାଗିଯାଇଛନ୍ତି। ସେ ଇନଷ୍ଟାଗ୍ରାମରେ କିଛି ନ୍ୟୁଜ ସ୍କ୍ରିନସଟ ଶେୟାର କରିଛନ୍ତି,ଯେଉଁଥିରେ ତାଙ୍କୁ ‘ନିକ ଜୋନାସଙ୍କ ସ୍ତ୍ରୀ’ ବୋଲି ସମ୍ବୋଧିତ କରାଯାଇଥିଲା।

ତାଙ୍କ ବାୟୋରେ ଆଇଡିଏମ୍‌ବି ଯୋଡିବା ଉଚିତ କି। ମହିଳାମାନଙ୍କୁ କିପରି ଏହିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ଦ୍ୱାରା ଶେୟାର ହୋଇଥିବା ସ୍କ୍ରିନସଟରେ ଲେଖଯାଇଛି, ନିକ ଜୋନାସଙ୍କ ସ୍ତ୍ରୀ ଗୁଡ ମର୍ନିଂ ଆମେରିକା ଶୋ’ରେ ମ୍ୟାଟ୍ରିକ୍ସ ଚଳଚ୍ଚିତ୍ରର ସହ-ତାରକା କିଆନୁ ରିଭସଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ।ଏନେଇ ପ୍ରିୟଙ୍କା କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ସବୁଠୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ଫ୍ରାଞ୍ଚାଇଜ ପାଇଁ ପ୍ରଚାର କରୁଛି ଏବଂ ମୋତେ ଏବେ ବି ‘ନିକ ଜୋନାସଙ୍କ ସ୍ତ୍ରୀ’ ବୋଲି ଦର୍ଶାଯାଉଛି।

ନିକଙ୍କୁ ବିବାହ କରିବା ପରେ ପ୍ରିୟଙ୍କା ସୋସିଆଲ ମିଡିଆରେ ପ୍ରିୟଙ୍କା ଚୋପ୍ରାରୁ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ନାମ ପରିବର୍ତ୍ତନ କରିଥିଲେ। କିନ୍ତୁ ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ବାୟୋରୁ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌ ହଟାଇ ଦେଇଛନ୍ତି | ଏବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଏବଂ ଉଭୟ ପରସ୍ପରକୁ ଛାଡପତ୍ର ଦେବା ନେଇ ଚର୍ଚ୍ଚା ହେଉଛି ।

Related Posts