ୟୁକ୍ରେନ୍‌ବାସୀଙ୍କ ଯନ୍ତ୍ରଣା ସହ୍ୟ କରିପାରୁନାହାନ୍ତି ପ୍ରିୟଙ୍କା ! ଫଟୋ ସେୟାର କରି କଲେ ନିଜ ଭାବନା ବ୍ୟକ୍ତ

ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱବାସୀଙ୍କୁ ଦୋହଲାଇଦେଇଛି | ରୁଷ ର ଘମାଘୋଟ ଆକ୍ରମଣ ଆଗରେ ସ୍ତବ୍ଧ ହୋଇଯାଇଛି ସମଗ୍ର ବିଶ୍ୱ | ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତେ ନିବେଦନ କରୁଥିବା ବେଳେ, ଏହାରି ମଧ୍ୟରେ ୟୁକ୍ରେନ ରୁ ଆସୁଥିବା ଯୁଦ୍ଧ ବେଳର ଫଟୋ ଓ ସେଠାରେ ବସବାସ କରୁଥିବା ଲୋକଙ୍କ ଫଟୋ ଏବେ ସମସ୍ତଙ୍କୁ ଦୁଃଖିତ କରିଦେଇଛି | ତେବେ ଏହି ଯୁଦ୍ଧର ପ୍ରଭାବ କେବଳ ବଡ ନୁହେଁ ଛୋଟଙ୍କ ଉପରେ ମଧ୍ୟ ପଡିଛି | ଯେଉଁ ନବଜାତ ଶିଶୁ ହସ୍ପିଟାଲରେ ରହିବା କଥା କିନ୍ତୁ ସେମାନେ ଏବେ ବୋମା ଶେଲ୍ଟର ଭିତରେ ମୃତ୍ୟୁ ଆଉ ଜୀବନ ସହ ସଙ୍ଘର୍ଷ କରୁଛନ୍ତି | ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି | ଯାହାର କିଛି ଭୟଙ୍କର ଫଟୋ ଆଉ ଭିଡିଓ ସାମ୍ନାକୁ ଆସିଛି। ଏହି ଫଟୋକୁ ଶେଆର କରିଛନ୍ତି ବଲିଉଡ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।

ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଅନେକ ବଲିଉଡ ସେଲେବ୍ରିଟି ନିଜ ନିଜ ଭାବନା ବ୍ୟକ୍ତି କରୁଛନ୍ତି। ଏହାରି ଭିତରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ବିକଳରେ ଜୀବନ ବଞ୍ଚାଇବା ପାଇଁ ଘୁରିବୁଲୁଥିବା ୟୁକ୍ରେନବାସୀଙ୍କ ଦୁଃଖ ସହିପାରିନାହାନ୍ତି। ସୋଶାଲ ମିଡିଆ ଜରିଆରେ ୟୁକ୍ରେନବାସୀଙ୍କ ସେ ଯନ୍ତ୍ରଣା ବଖାଣିଛନ୍ତି। ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରିଥିଲେ। ଏହି ଭିଡିଓରେ ୟୁକ୍ରେନ୍‌ବାସୀ କିଭଳି ବୋମା ଶେଲ୍ଟର ଭିତରେ ଜୀବନ ବିତାଉଛନ୍ତି ତା’ର ଭୟଙ୍କର ଚିତ୍ର ବିଶ୍ୱବାସୀଙ୍କ ଆଗରେ ରଖିଛନ୍ତି ପ୍ରିୟଙ୍କା।

ସେହିପରି ଆଜି ଆଉ ଏକ ଫଟୋ ଶେଆର କରିଛନ୍ତି ପ୍ରିୟଙ୍କା। ବୋମା ଶେଲ୍ଟର ଭିତରେ ନବଜାତ ଶିଶୁମାନଙ୍କୁ କିଭଳି ଅବସ୍ଥାରେ ରଖାଯାଇଛି ତାହା ଏହି ଫଟୋରେ ଦେଖିବାକୁ ମିଳିଛି। ଆଉ ଏହି ନବଜାତ ଶିଶୁଙ୍କୁ ୟୁକ୍ରେନର ଏକ ହସ୍ପିଟାଲର ନର୍ସ ଚିକିତ୍ସା ଚଳାଇଥିବା ନଜର ଆସିଛନ୍ତି। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କିଭଳି ସମସ୍ତଙ୍କୁ ପ୍ରଭାବିତ କରୁଛି, ତା’ର ଏକ ଉଦାହରଣ ହେଉଛି ଫଟୋ।

ୟୁକ୍ରେନ୍‌ର ଏକ ହସ୍ପିଟାଲରୁ ନବଜାତ ଶିଶୁମାନଙ୍କୁ ବୋମା ଶେଲ୍ଟର ଭିତରକୁ ସିଫ୍ଟ କରାଯାଇଛି। ଏହି ବୋମା ନିରୋଧୀ ଆଶ୍ରୟସ୍ଥଳଟି ୟୁକ୍ରେନ୍‌ର Dnipro ସହରର ଲୋୟର ଲେବୁଲ ହସ୍ପିଟାଲ ଭିତରେ ହିଁ ତିଆରି କରାଯାଇଛି, ଯାହାକୁ ରୁଷ ଟାର୍ଗେଟ କରିଥିଲା। ଏହା ପୂର୍ବରୁ ପ୍ରିୟଙ୍କା ୟୁକ୍ରାନ୍‌ବାସୀଙ୍କ ଚିନ୍ତାରେ ଏକ ଇମୋସନାଲ ପୋଷ୍ଟ ଶେଆର କରିଥିଲେ।

Related Posts