ଲକ୍ଷ୍ନୌ ଗସ୍ତରେ ନିର୍ବାଚନ ଆୟୋଗ: ବିଧାନସଭା ସାଧାରଣ ନିର୍ବାଚନ ୨୦୨୨ର ପ୍ରସ୍ତୁତିର କରିବେ ସମୀକ୍ଷା

ଆଜିଠୁ ତିନିଦିନିଆ ଲକ୍ଷ୍ନୌ ଗସ୍ତରେ ଯିବେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଏବଂ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଅନୁପ ଚନ୍ଦ୍ର ପାଣ୍ଡେ | ଏହି ଗସ୍ତ ସମୟରେ ଆଗକୁ ହେବାକୁ ଥିବା ବିଧାନସଭା ସାଧାରଣ ନିର୍ବାଚନ ୨୦୨୨ର ପ୍ରସ୍ତୁତିର ସମୀକ୍ଷା କରିବେ |

ସେ ଯୋଗ ଭବନରେ ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ଏକ ବୈଠକ କରିବେ ।

ଅପରାହ୍ନରେ ସମସ୍ତ ଜିଲ୍ଲାର ଡିଏମ୍ ଏବଂ ନୋଡାଲ୍ ଅଧିକାରୀଙ୍କ ସହ ଏକ ବୈଠକ କରିବେ । ଡିସେମ୍ବର ୨୯ରେ ମୁଖ୍ୟ ନିର୍ବାଚନ କମିଶନର ଜିଲ୍ଲା ମାଜିଷ୍ଟ୍ରେଟ, ଏବଂ ପୋଲିସ କମିଶନରଙ୍କ ସହ ଏକ ବୈଠକ କରିବେ । ଏହା ପରେ କମିଶନ ପରଦିନ ସକାଳେ ଡିଜିପି ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ । ମଧ୍ୟାହ୍ନ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

Related Posts