ସନ୍ନି ଲିଓନି ଙ୍କୁ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଧମକ; ୭୨ ଘଣ୍ଟା ଭିତରେ ମଧୁବନ ମେଁ ରାଧିକା ଆଲବମ୍ ହଟାଅ ନଚେତ….

ବିବାଦ ଘେରକୁ ଆସିଛି ନିକଟରେ ରିଲିଜ ହୋଇଥିବା ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ । ଏହି ଗୀତ ମାଧ୍ୟମରେ ଭାରତୀୟଙ୍କ ଭାବନାକୁ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା। ଏହି ଗୀତକୁ ହଟେଇବା ନେଇ ଦାବି କରାଯାଇଥିଲା ।

ଏହି ଗୀତକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଅଭିଯୋଗ କରିଥିଲେ ଯେ, ଏହି ଭିଡିଓ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି ଗୀତ ପାଇଁ ସନ୍ନି କ୍ଷମା ମାଗିବା ସହ 3 ଦିନ ମଧ୍ୟରେ ନ ହଟାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଥିଲେ । ମଧ୍ୟପ୍ରଦେଶ ମନ୍ତ୍ରୀସାରେଗାମା ସୋସିଆଲ ମିଡିଆରେ ଏକ ଅଫିସିଆଲ୍ ଷ୍ଟେଟମେଣ୍ଟ୍ ଜାରି କରିଛନ୍ତି । ମ୍ୟୁଜିକ୍ ଲେବଲ୍ ଏହାର ବୟାନରେ ଲେଖିଛନ୍ତି ଯେ, ‘ମିଳିଥିବା ପ୍ରତିକ୍ରିୟା ଏବଂ ଦେଶବାସୀଙ୍କ ଭାବନାକୁ ସମ୍ମାନ ଦେଇ ଆମେ ମଧୁବନ୍ ଗୀତର ନାମ ଏବଂ ଲିରିକ୍ସ ପରିବର୍ତ୍ତନ କରିବୁ। ଆଗାମୀ 3 ଦିନ ମଧ୍ୟରେ ସମସ୍ତ ପ୍ଲାଟଫର୍ମରେ ପୁରୁଣା ଗୀତକୁ ରିପ୍ଲେସ କରିଦିଆଯିବ’ |

ସୂଚନା ଅନୁଯାୟୀ ଗତ 22 ରେ ସନି ଲିଓନିଙ୍କ ‘ମଧୁବନ’ ଗୀତ ରିଲିଜ ହୋଇଥିଲା । ଗୀତ ଭିଡିଓରେ ଅଶ୍ଳୀଳତା ସ୍ଥାନ ପାଇଥିବା ଦର୍ଶାଇ ବିଭିନ୍ନ ସ୍ଥାନରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ଉତ୍ତରପ୍ରଦେଶ ମଥୁରାର ସାଧୁମାନେ ମଧ୍ୟ ଏହି ଗୀତର ଭିଡିଓକୁ ବ୍ୟାନ କରିବା ପାଇଁ ଦାବି କରିଥିଲେ ।

Related Posts