ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ କରୋନା, ସଂକ୍ରମିତ ହୋଇଥିବା ନେଇ ସୋସିଆଲ ମିଡିଆର ଦେଲେ ସୂଚନା

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, କରୋନା କବଳରୁ ବାଦ ଯାଇନାହାନ୍ତି ରାଜନେତା କି କଳାକାର | ବଲିଉଡ ରେ କରୋନା ଲହର ଜାରି ରହିଥିବା ବେଳେ, ଏବେ ସାଉଥ ସୁପରଷ୍ଟାର୍‌ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଗୁରୁବାର ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ସମସ୍ତ ସଚେତନତାକୁ ପାଳନ କରିଥିବା ସତ୍ତ୍ୱେ ମଧ୍ୟ ଭାଇରସ ସଂସ୍ପର୍ଶରେ ଆସିଛି। । ଆଉ ମୋ ଠାରେ ବହୁତ କମ୍‌ ଲକ୍ଷଣ ରହିଛି ବୋଲି ମଧ୍ୟ କହିଛନ୍ତି।

ସେ ନିଜକୁ ଘରେ ଆଇସୋଲେଟ୍‌ କରିଛନ୍ତି। ମହାମାରୀ ସଂକ୍ରାନ୍ତ ସମସ୍ତ ସ୍ୱାସ୍ଥ୍ୟଗତ ଗାଇଡ୍‌ଲାଇନ୍‌କୁ ଅନୁସରଣ କରୁଛି । ତେବେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ଅନୁରୋଧ କରୁଛି । ଟିକା ନେଇ ନ ଥିବା ଲୋକମାନେ ତୁରନ୍ତ ଟିକା ନେବାକୁ ଆବଶ୍ୟକ ବୋଲି ସେ ଦେଇଛନ୍ତି ।

ଏହା ବ୍ୟତୀତ ମହେଶ ବାବୁ କହିଛନ୍ତି, କୋଭିଡ ଟିକା ଲଗାଇବା ଦ୍ବାରା ମଧ୍ୟ କରୋନା ସଂକ୍ରମଣର ଗୁରୁତର ଲକ୍ଷଣ ଆଶଙ୍କା ଟଳିଯାଉଛି । ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ମଧ୍ୟ କମୁଛି । ତେଣୁ ସମସ୍ତେ ଟିକା ନେବା ଉଚିତ । ସମସ୍ତ କୋଭିଡ ନିୟମ ପାଳନ କରି ନିରାପଦ ରହିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ମହେଶ ବାବୁ ନିକଟରେ ଦୁବାଇରୁ ଫେରିଥିଲେ। ସେଠାରେ ସେ ଏକ ସପ୍ତାହ ଛୁଟି କଟାଇବା ପରେ ପରିବାର ସହିତ ଫେରିଥିଲେ। ତା’ ପରେ ସେ ଟେଷ୍ଟ କରିବା ପରେ ତାଙ୍କର ପଜିଟିଭ ରିପୋର୍ଟ ଆସିଥିଲା। କିନ୍ତୁ ତାଙ୍କ ପରିବାର ରିପୋର୍ଟ ଆସିନାହିଁ। ଏହାପୂର୍ବରୁ ଦୁବାଇରେ ଥିବା ମହେଶ ବାବୁଙ୍କ ଶାଳୀ ଶିଳ୍ପା ସିରୋଦକର କରୋନା ସଂକ୍ରମିତ ହୋଇଥିଲେ।

Related Posts