ବଢୁଛି କରୋନା ସଂକ୍ରମଣ: ରାଜଧାନୀରେ ଆଉ ୯ଟି ଅଂଚଳ କଣ୍ଟେନ୍‌ମେଣ୍ଟ ଜୋନ୍

ରାଜଧାନୀରେ ଧୀରେ ଧୀରେ କରୋନା ସ୍ଥିତି ଜଟିଳ ହେବାକୁ ଲାଗୁଛି | ବଢୁଥିବା ସଂକ୍ରମଙ୍କୁ ନେଇ ରାଜଧାନୀର ଆଉ ୯ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ବିଏମ୍ସି | ଏହି ଅଞ୍ଚଳରୁ ବହୁ କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାକୁ ମିଶାଇ ରାଜଧାନୀରେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ସଂଖ୍ୟା ୧୯ରେ ପହଞ୍ଚିଛି ।

ଦକ୍ଷିଣ-ପୂର୍ବ ଜୋନ୍‌ର ନୂଆପଲ୍ଲୀ ବ୍ରିଟ୍‌ କଲୋନୀ ଏଲ୍‌ଆଇଜି ୧୧୮ ଅଞ୍ଚଳରୁ ଏକାଧିକ ପଜିଟିଭ୍‌ ବାହାରିବା ପରେ ଏହି ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । ସେହିପରି ଭୀମପୁର ୟୁନିଟ-୬ ପ୍ଲଟ ନଂ ୨୫୧,୨୬୯୯, ଶ୍ରୀକ୍ଷେତ୍ରରେ ସିଡେନ୍ସି ପ୍ଲଟ ନଂ ଏ-୨, ୩୦୩, ବି-୧ ୩୦୪, ୟୁନିଟ-୯ର ୪-ଆରଏଫ୍‌, ୟୁନିଟ-୩ ଗୁରୁଦ୍ୱାର ପଛପଟ, ଟଙ୍କପାଣି ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟ, ଉତ୍କଳରୟାଲ ରେସିଡେନ୍ସିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ ଭାବେ ଘୋଷଣା କରାଯାଇଛି। ଏସବୁ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍‌ସି । ଏଠାରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ଜିନିଷପତ୍ର ଯୋଗାଇ ଦିଆଯିବ। ଅଞ୍ଚଳକୁ ସାନିଟାଇଜ୍‌ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି |

Related Posts