ସୁଟିଂ ସେଟ୍ କୁ ଫେରିଲେ କିଙ୍ଗ ଖାନ୍

ଦୀର୍ଘ 3 ମାସ ପରେ ପୁଣି ଥରେ ସୁଟିଂସେଟ୍ କୁ ଫେରିଛନ୍ତି କିଙ୍ଗ ଖାନ୍ ଶାହରୁଖ ଖାନ। ପୁଅ ଆର୍ଯ୍ୟନ୍ ଖାନଙ୍କ ନାମ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆସିବା ପର ଠାରୁ ଶାହରୁଖ ଖାନ ଏବଂ ତାଙ୍କ ପରିବାର ପାଇଁ ଅସୁବିଧା ଭରି ରହିଥିଲା। ତେବେ, ବର୍ତ୍ତମାନ ତାଙ୍କ ଲାଇଫ୍ ପୂର୍ବ ପରି ଫେରି ଆସିଛି। ତାଙ୍କୁ ଏବେ ପୁଣି ଥରେ ସୁଟିଂ ସେଟରେ ଦେଖିବାକୁ ମିଳିଛି। ସୁଟିଂ ସେଟରୁ ଅଭିନେତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାହାରୁଖ ତାଙ୍କ ବଡିଗାର୍ଡଙ୍କ ସହ ସୁଟିଂ କରିବାକୁ ଯାଉଛନ୍ତି। ଏହି ସମୟରେ ତାଙ୍କୁ କଳା ଟି-ସାର୍ଟ ଏବଂ ଚଷମା ପିନ୍ଧିଥିବାର ଦେଖାଯାଇଛି। ସେ ତାଙ୍କର କେଶ ବାନ୍ଧିଥିବାର ନଜର ଆସିଛନ୍ତି। ଅଭିନେତାଙ୍କ ଏହି ଫଟୋ ତାଙ୍କ ଫ୍ୟାନ୍ କ୍ଲବରେ ସେୟାର କରାଯାଇଛି। ଏହି ଭାଇରାଲ ଫଟୋକୁ ନେଇ ଆଲୋଚନା ହେଉଛି ଯେ ଶାହାରୁଖ ଖାନ ତାଙ୍କ ଫିଲ୍ମ ପଠାନର ସୁଟିଂ ଶେଷ କରିଛନ୍ତି। ଆଉ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ସେ ଏକ ବିଜ୍ଞାପନର ସୁଟିଂ ପାଇଁ ପହଞ୍ଚିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଅଭିନେତା କିମ୍ବା ଫିଲ୍ମ ନିର୍ମାତାଙ୍କଠାରୁ କୌଣସି ଅଫିସିଆଲି ସୂଚନା ସାମ୍ନାକୁ ଆସି ନାହିଁ।

Related Posts