ସୁନାବେଡ଼ା ହେବ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ: ଶଶୀ ପଲ (ପିସିସିଏଫ୍‌)

ସତ୍ୟପାଠ 24/12 ଭୁବନେଶ୍ବର: ରାଜ୍ୟରେ ଚଳିତ ବର୍ଷ ବାଘ ସଂଖ୍ୟା ବଢ଼ିପାରେ। ଗତକିଛି ବର୍ଷ ମଧ୍ୟରେ ବାଘ ଛୁଆଙ୍କ ଗତିବିଧିରୁ ଏହା ଅନୁମାନ କରାଯାଉଛି। ରାଜ୍ୟରେ ଏବେ ପ୍ରଥମ ପର୍ଯ୍ୟାୟରେ ବାଘ ଗଣନା ସରିଛି। ଦ୍ଵିତୀୟ ପର୍ଯ୍ୟାୟରେ ବାଘ ଗଣନା ଜାରି ରହିଛି। ତୃତୀୟ ପର୍ଯ୍ୟାୟରେ ମଧ୍ୟ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯିବ। ସବୁ ପର୍ଯ୍ୟାୟରେ ଗଣନା କରିବାକୁ ଆହୁରି ୬ ମାସ ସମୟ ଲାଗିବ। ପ୍ରିନ୍ସପଲ ଚିଫ୍‌ କନଜରଭେଟର ଅଫ୍‌ ଫରେଷ୍ଟ (ପିସିସିଏଫ୍‌) ଶଶୀ ପଲ ଏହି ସୂଚନା ଦେଇଛନ୍ତି।ଶ୍ରୀ ପଲ୍‌ କହିଛନ୍ତି ଯେ, ଆଜିକାଲି ବାଘ ଗଣତି ଟେକ୍ନୋଲୋଜି ମାଧ୍ୟମରେ କରାଯାଉଛି। ଗଣତି ପ୍ରକିୟାରେ ପରିବର୍ତ୍ତନ ଯୋଗୁଁ ବାଘ ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ପାଦ ଚିହ୍ନ ଦେଖି ବାଘ ଗଣନା କରାଯାଉଥିଲା। ଏବେ ଜଙ୍ଗଲ ଭିତରେ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯାଉଛି, ଯେଉଁଥି ପାଇଁ ସଂଖ୍ୟା କମିଛି। ରାଜ୍ୟରେ ନୂଆ ବାଘ ସଂରକ୍ଷିତ ଜଙ୍ଗଲ ହେବ। ସୁନାବେଡ଼ାକୁ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ କରିବାକୁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ଏବେ ଶିମିଳିପାଳ ଓ ସାତକୋଶିଆ ଦୁଇଟି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ରହିଛି।

Related Posts