ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଦାବିରେ FCI ଫାଟକ ସମ୍ମୁଖରେ ଧାରଣା; ସୁବର୍ଣ୍ଣପୁର

ସତ୍ୟପାଠ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ଥିବା ଭାରତୀୟ ଖାଦ୍ୟ ନିଗମ (FCI)ରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଦେବା ଦାବିରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ ଦେଇଛନ୍ତି । ଡୁଙ୍ଗୁରିପାଲିସ୍ଥିତ ଏଫସିଆଇରେ ଠିକାଦାର ବଦଳ ହେବା ପରେ ଏଠାରେ ଦୀର୍ଘ ଦିନରୁ କାର୍ଯ୍ୟ କରି ଆସୁଥିବା ଅସ୍ଥାୟୀ ଶ୍ରମିକ ମାନଙ୍କୁ ଛଟେଇ କରିଥିବା ବେଳେ ବାହାର ଶ୍ରମିକମାନଙ୍କୁ ଆଣି ସ୍ଥାନୀୟ ଶ୍ରମିକମାନଙ୍କୁ ନିଯୁକ୍ତି ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଶ୍ରମିକମାନ ଗତ ୧୭ତାରିଖ ଦିନ ଏଫସିଆଇ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଫସିଆଇ କର୍ତ୍ତୁପକ୍ଷ ଏକ କମିଟି ଗଠନ କରି ଛଅ ଦିନ ଭିତରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଛଅ ଦିନ ବିତିଯାଇଥିଲେ ମଧ୍ୟ ଏଫସିଆଇ କର୍ତ୍ତୃପକ୍ଷ ତଥା ଠିକାଦର ସ୍ଥାନୀୟ ଶ୍ରମିକମାନଙ୍କୁ ନିଯୁକ୍ତି ନ ଦେଇ ବାହାର ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଥିବାରୁ ପୁଣି ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି । ଏହି ଧାରଣାରେ ଡୁଙ୍ଗୁରିପାଲି ସହର ସମତେ ପଞ୍ଚାୟତର ବିଭିନ୍ନ ଗାଁରୁ ଶ୍ରମିକମାନେ ସାମିଲ ହୋଇଥିଲେ । ଏପରିକି ଶ୍ରମିକମାନେ ଡୁଙ୍ଗୁରିପାଲି ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ତଥା ଧାରଣାରେ ସାମିଲ ହୋଇଥିବା ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ଏହି ପ୍ରସଙ୍ଗରେ ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ସହମତି ପ୍ରକାଶ କରିଛନ୍ତି |

Related Posts