ସେପ୍ଟେମ୍ବର ୧ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ

aasemplu

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୯ ତାରିଖ ଯାଏଁ ଜାରି ରହିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରାଯିବ। ପାଞ୍ଚ ତାରିଖ ରବିବାର ଛାଡି ବାକି ୮ ଦିନ କାର୍ଯ୍ୟ ଦିବସ ରହିବ। ଆଠ ଦିନରୁ ୭ ଦିନ ଅଫିସିଆଲ ବିଜିନେସ୍ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି।

୩ ତାରିଖ ଦିନ ପ୍ରାଇଭେଟ୍ ମେମ୍ବର୍ସଦ ବିଜିନେସ୍ ପାଇଁ ଧାର୍ଯ୍ୟ କରାଯାଇଛି। ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁଡ଼ିଏ ବିଲ୍ ଗୃହରେ ପାରିତ ହୋଇପାରେ । ତେବେ ଗୃହକୁ ସ୍ୱାଭାବିକ ଭାବେ ଚଳାଇବା ବାଚସ୍ପତିଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ । ବିରୋଧୀ ମାନେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଗୃହରେ ଅଡୁଆରେ ପକାଇ ପାରନ୍ତି। ତେଣୁ ଶାସକ ଦଳର କଣ ରଣନୀତି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

Related Posts