ହିଜାବ ପିନ୍ଧିବା ଘଟଣା: ହରିୟାଣାର ଗୃହମନ୍ତ୍ରୀଙ୍କ ବଡ଼ ବୟାନ

କର୍ଣ୍ଣାଟକରେ ହିଜାବ ପିନ୍ଧିବା ଘଟଣା ଏବେ ଉଗ୍ର ରୂପ ଧାରଣ କରିଥିବା ବେଳେ, ଯାହାକୁ ନେଇ ବିବାଦ ବଢ଼ିବାକୁ ଲାଗିଛି । କର୍ଣ୍ଣାଟକରେ ହିଜାବ ପିନ୍ଧିବା ଘଟଣାର ପ୍ରଭାବ ଅନ୍ୟ ରାଜ୍ୟରେ ଦେଖିବାକୁ ମିଳୁଥିବା ବେଳେ ହରିୟାଣାର ଗୃହମନ୍ତ୍ରୀ ଅନୀଲ ବିଜ୍ ବଡ ବୟାନ ଦେଇଛନ୍ତି। ଅନୀଲ ବିଜ ବିବାଦ ଉପରେ ବୟାନ ଦେଇ କହିଛନ୍ତି, ହିଜାବ ପିନ୍ଧିବା ଉପରେ କହାକୁ ଆପତ୍ତି ନାହିଁ, ଯିଏ ହିଜାବ ପିନ୍ଧିବାକୁ ଚାହୁଁଛି ସେ ପିନ୍ଧିପାରିବେ କିନ୍ତୁ ଯଦି କୌଣସି ଶିକ୍ଷାନୁଷ୍ଠାନ ସ୍ଥାନକୁ ଯାଉଛନ୍ତି ତେବେ ସେଠାରେ ଡ୍ରେସ କୋଡକୁ ଅନୁପାଳନ କରିବା ଦରକାର। ଯଦି କିଏ ଡ୍ରେସ କୋଡର ଅନୁପାଳନ ନ କରିନ୍ତି କେବେ ନିଜ ଘରେ ରୁହନ୍ତୁ ।

ହିଜାବ ବିବାଦ ନେଇ କର୍ଣ୍ଣାଟକରେ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ବୁଧବାର କର୍ଣ୍ଣାଟକ ହାଇକୋର୍ଟର ସିଙ୍ଗିଲ ବେଞ୍ଚ ଏହି ମାମଲାର ଶୁଣାଣି କରି ବଡ ବେଞ୍ଚକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧି ସ୍କୁଲ ଯିବାକୁ ଅନ୍ତରିଣ ଅନୁମିତ ଦେବାକୁ ଅପିଲ କରିଥିଲେ ଅବେଦନକାରୀଙ୍କ ଓକିଲ । ଏହା ଉପରେ ଜଷ୍ଟିସ କ୍ରିଷ୍ଣା ଦୀକ୍ଷିତ ନିଜ ରାୟରେ କହିଥିଲେ, ଅନ୍ତରିଣ ଆଶ୍ୱସ୍ତି ଉପରେ ମଧ୍ୟ ବଡ ବେଞ୍ଚ ନିଷ୍ପତ୍ତି ନେବ ।

Related Posts