ଆସନ୍ତା ୨୦ରେ ପୁରୀ ଗସ୍ତରେ ଆସିବେ ମହାମହିମ

ପୁରୀ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୦ ତାରିଖରେ ଶ୍ରୀ ଚୈତନ୍ୟ ଗଉଡିଆ ମଠ ଓ ଗୈଡିୟ ମିଶନର ପ୍ରତିଷ୍ଠାତା ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷପୂର୍ତ୍ତି ଆବିର୍ଭାବ ମହୋତ୍ସବର ଶୁଭ ଉଦଘାଟନୀ ଉତ୍ସବ ତଥା ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ ରାଷ୍ଟ୍ରପତି।

ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଶ୍ବ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ଏହାକୁ ନେଇ ମଠ ପକ୍ଷରୁ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି। ମଠର କାର୍ଯ୍ୟ ସୂଚି ଅନୁଯାୟୀ ଆସନ୍ତା ୧୯ରେ ନଗର ସଂକୀର୍ତ୍ତନ ଏବଂ କାର୍ଯ୍ୟକ୍ରମର ସନ୍ଧ୍ୟା ଅଧିବେଶନ ଅନୁଷ୍ଠିତ ହେବ। ଏହାପରେ ୨୦ ତାରିଖ ଦିନ ଶରଧାବାଲିରେ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ଏହାପୂର୍ବରୁ ବଡ଼ଦାଣ୍ଡରେ ଥିବା ଗୈାଡିଆ ମଠରେ ରାଷ୍ଟ୍ରପତି ପହଞ୍ଚି ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କୁ ଅର୍ଘ୍ୟ ଏବଂ ପୂଷ୍ପାଞ୍ଜଳୀ ଅର୍ପଣ କରିବେ ବୋଲି ମଠ ପକ୍ଷରୁ କୁହାଯାଇଛି।

ପୂର୍ବରୁ ୨୦୧୮ ମାର୍ଚ୍ଚ ୧୮ ତାରିଖ ଓ ପରେ ୨୦୨୧ ମାର୍ଚ୍ଚ ୨୨ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଥର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

Related Posts