ହିଜାବ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ମୁସଲିମ୍ ମହିଳା

ହିଜାବ ବିବାଦ ଏବେ ଉଗ୍ର ରୂପ ଧାରଣ କରୁଛି | ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଏହି ବିବାଦ ମାଡିବାକୁ ଲାଗୁଛି | କର୍ଣ୍ଣାଟକ ହାଇକୋର୍ଟ ରେ ଏନେଇ ଶୁଣାଣି ଜାରି ରହିଥିବା ବେଳେ, ମୁଖ୍ୟ ବିଚାରପତ ରିତୁ ରାଜ ଅୱସ୍ତୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଚୂଡାନ୍ତ ନିଷ୍ପତି ନଆସିବା ଯାଏ କଲେଜ ଛାତ୍ରଛାତ୍ରୀ କୌଣସି ଧାର୍ମିକ ପୋଷାକ ପିନ୍ଧିପାରିବେ ନାହିଁ । ସ୍କୁଲ, କଲେଜ ଶୀଘ୍ର ଖୋଲିବା ଦରକାର । ହିଜାବ ମୌଳିକ ଅଧିକାର କି ନୁହେଁ ଆଗାମୀ ରାୟ ଶୁଣାଣି ବେଳେ କହିବେ ଖଣ୍ଡପୀଠ ।

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ କୁହୁଳିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହି ବିବାଦ ଦେଖିବାକୁ ମିିଳିଛି । କର୍ଣ୍ଣାଟକ ସରକାର କହିଛନ୍ତି, ସ୍କଲରେ ଯେଉଁ ୟୁନିଫର୍ମ ରହିଛି ସେହି ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । ଏହାକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଅଲ୍ ଇଣ୍ଡିଆ ଷ୍ଟୁଡେଂଟ ଆସୋସିଏସନ ଆନ୍ଦୋଳନ କରିଛି । କର୍ଣ୍ଣାଟକ ଭବନ ମୁହାଁ ଆନ୍ଦୋଳନ ମୁହାଁଉଥିବା ବେଳେ ଏମାନଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି । ଆଉ ନିଜ ହେପାଜତକୁ ନେଇଛି ।

ହିଜାବ ବିବାଦ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୟୁପି ସହରନପୁର ରାଲିରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି । ହିଜାବ ବିବାଦ ଉଠାଇ ମୁସଲିମ ଭାଇ, ଭଉଣୀଙ୍କ ଅଧିକାରରୁ ବଂଚିତ କରାଯାଉଛି ବୋଲି ସେ କହିଛନ୍ତି । ସେପଟେ ହିଜାବ ବିବାଦକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ।

Related Posts