୩.୩ ତୀବ୍ରତାରେ ଥରିଲା ବେଙ୍ଗାଲୁରୁ

ଆଜି ସକାଳୁ ସକାଳୁ କର୍ଣ୍ଣାଟକରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଉତ୍ତର- ଉତ୍ତରପୂର୍ବ କର୍ଣ୍ଣାଟକର ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ତରଫରୁ ସୂଚନା ଦିଆଯାଇଛି ।

ସମୟ ପାଖାପାଖି ସକାଳ ୭ଟାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୨୩ କିଲୋମିଟର ଥିବା ଜଣାପଡିଛି । ୬୬କିଲୋମିଟର ଉତ୍ତର- ଉତ୍ତରପୂର୍ର କର୍ଣ୍ଣାଟକରେ ଭୂକମ୍ପ ଅନୁଭୂତ ହୋଇଛି । ଏଯାବତ୍ ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

Related Posts