ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ। ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାଭିସ ସରକାର। ଫଡନାଭିସଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏନସିପି ମୁଖ୍ୟ ଅଜିତ ପାୱାର ଓ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ତେବେ ଶେଷ ମୁହୂର୍ତ ପର୍ଯ୍ୟନ୍ତ ସିନ୍ଦେଙ୍କୁ ନେଇ ସସପେନ୍ସ ଲାଗି ରହିଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜି ହୋଇଥିଲେ। ଫଡନାଭିସ୍ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର କିଛି ସମୟ ପୂର୍ବରୁ ଶିବସେନା ନେତା ଉଦୟ ସାମନ୍ତ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଥିଲେ।