(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ମହାମାରୀରେ ଭାରତର ଅନେକ ପରିବାର ପ୍ରଭାବିତ ହରାଇଛନ୍ତି । ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କରୋନାର ଦ୍ୱିତୀୟ ଲହର ଭାରତ ସମେତ ଅନେକ ଦେଶରେ ମୃତ୍ୟୁର ବିଭୀଷିକା ରଚିଥିଲା। ଏହି ସମୟରେ ପ୍ରାୟତଃ ଅନେକ ଛୁଆ ସେମାନଙ୍କ ବାପା, ମାକୁ ହରାଇଛନ୍ତି । କୋଭିଡ୍ ମହାମାରୀର ପ୍ରଥମ ୧୪ ମାସରେ ୨୧ଟି ଦେଶରେ ୧୫ ଲକ୍ଷରୁ ଅଧିକ ପିଲା ନିଜ ବାପା, ମାଙ୍କୁ ହରାଇଛନ୍ତି। ଏହା ମଧ୍ୟରୁ ୧ ଲକ୍ଷ ୧୯ ହଜାର ପିଲା କେବଳ ଭାରତର।
ଭାରତରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରଗ୍ ଆବ୍ୟୁଜ (NIDA) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (NIH) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ କରୋନାରେ ଭାରତରେ ୨୫,୫୦୦ ପିଲା ନିଜ ମା’ଙ୍କୁ ହରାଇଥିବାବେଳେ ୯୦,୭୫୧ ଜଣ ନିଜ ବାପାଙ୍କୁ ହରାଇଛନ୍ତି ଏବଂ ୧୨ ପିଲାଙ୍କ ସଂଖ୍ୟା ଏପରି, ଯେଉଁମାନେ ଉଭୟ ବାପା,ମାଆଙ୍କୁ ହରାଇଥିଲେ।
ଏହି ଅଧ୍ୟୟନରୁ ଜଣାପଡିଛି ଯେ, ୧,୧୩୪,୦୦୦ ପିଲା ସେମାନଙ୍କ ଜେଜେ ବାପା ଓ ଜେଜେ ମାଙ୍କୁ ହରାଇଛନ୍ତି। ସେଥିମଧ୍ୟରୁ ୧୦,୪୨ ହଜାର ପିଲା ନିଜ ମା, ବାପା କିମ୍ବା ଉଭୟଙ୍କୁ ହରାଇଛନ୍ତି। ୧,୫୬୨,୦୦୦ ପିଲା ଅନ୍ତତଃ ପକ୍ଷେ ଜଣେ ବାପା କିମ୍ୱା ମା କିମ୍ବା ଜେଜେ ବାପା ନହେଲେ ବୟସ୍କ ସମ୍ପର୍କୀୟଙ୍କୁ ହରାଇଛନ୍ତି ବୋଲି ସେର୍ଭେରୁ ଜଣାପଡିଛି । ଏଥିରେ କୁହାଯାଇଛି ଯେ ଯେଉଁ ଦେଶରେ ଅଧିକାଂଶ ପିଲା ଗୋଟିଏ କିମ୍ବା ଉଭୟ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା, ପେରୁ, ଆମେରିକା, ଭାରତ, ବ୍ରାଜିଲ ଏବଂ ମେକ୍ସିକୋର ପିଲାମାନେ ତାଙ୍କର ଯତ୍ନ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବାପା, ମା କିମ୍ୱା ଜେଜେ ବାପା ଓ ମାଙ୍କୁ ଅଧିକ ହରାଇଛନ୍ତି।
NIDA ନିର୍ଦ୍ଦେଶକ ନୋରା ଦେ ଭୋଲକୋଭ କହିଛନ୍ତି, “ପ୍ରମାଣକୁ ଆଧାର କରି ଯେ କୌଣସି ଶିଶୁ ପିତାମାତା କିମ୍ବା ଅଭିଭାବକ ହରାଇବା ପରେ ସେମାନେ ଭୟଙ୍କର ଚାପରେ ରହିଥାନ୍ତି, ଠିକ୍ ସମୟରେ ଯଦି ପଦକ୍ଷେପ ନିଆନଯାଏ ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ । ରିପୋର୍ଟରେ କୁହାଯାଇଛି ଯେ ମୃତ୍ୟୁ ସମୟରେ ଲିଙ୍ଗ ଏବଂ ବୟସ ଅନୁସନ୍ଧାନ କରି ଆମେ ଜାଣିବାକୁ ପାଇଲୁ ଯେ ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନ୍ୟ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କର ମୃତ୍ୟୁ ଅଧିକ, ବିଶେଷକରି ମଧ୍ୟବିତ୍ତ ଏବଂ ବୃଦ୍ଧ ପିତାମାତାଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ୨,୮୯୮ ଭାରତୀୟ ଶିଶୁ ସେମାନଙ୍କର ଜଣେ ଜେଜେ ବାପାଙ୍କୁ ହରାଇଥିବାବେଳେ ନଅ ଜଣ ଉଭୟ ଜେଜେ ବାପା ଓ ମାଙ୍କୁ ହରାଇଥିଲେ। ତେବେ, ଭାରତରେ ହଜାରେ ପିଲାଙ୍କ ମଧ୍ୟରେ ବାପା, ମା ଏବଂ ଅଭିଭାବକ ମୃତ୍ୟୁହାର ୦.୫ ରହିଛି, ଆମେରିକା ୧.୮, ରଷିଆ ୨.୦, କଲମ୍ବିଆ ୩.୪, ବ୍ରାଜିଲ ୩.୫, ମେକ୍ସିକୋ ୫.୧, ଦକ୍ଷିଣ ଆଫ୍ରିକା ୬.୪, ପେରୁ ୧୪.୧ ରହିଛି।
