(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ବିରୋଧୀଙ୍କ ଆକ୍ରମଣ ସାଙ୍ଗକୁ ଏବେ ଦଳ ଭିତରୁ ବିରୋଧର ସ୍ବର ଉଠିଛି। ଏହି ମାମଲାରେ ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପ୍ରଶ୍ନ କରିଛନ୍ତି ଯେ ,” ପେଗାସସ୍ ସ୍ପାଏୱେୟାର ହେଉଛି ଏକ ବ୍ୟବସାୟିକ କମ୍ପାନୀ ଯାହା ପେଡ୍ କଣ୍ଟ୍ରାକ୍ଟରେ କାମ କରେ। ଏପରି ପରିସ୍ଥିତିରେ, ଭାରତୀୟ “ଅପରେସନ୍” କରିବା ପାଇଁ ଯଦି କେନ୍ଦ୍ର ନୁହେଁ, ସେହି କମ୍ପାନୀକୁ କିଏ ଟଙ୍କା ଦେଇଥିଲା ?”
ସ୍ବାମୀ ପ୍ରଶ୍ନ କରିଛନ୍ତି ଯେ, ଯଦି ଭାରତ ସରକାର ଏହି ଜାସୁସି କରିନାହାଁନ୍ତି, ତେବେ ଆଉ କିଏ କରିଛି ? ଭାରତବାସୀଙ୍କୁ ଏହାର ଉତ୍ତର ଦେବା ମୋଦୀ ସରକାରଙ୍କ କର୍ତ୍ତବ୍ୟ। ପେଗାସସ୍ ଜାସୁସି ମାମଲାରେ ସ୍ବାମୀ କ୍ରମାଗତ ଭାବେ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ଏହାପୂର୍ବରୁ ସେ ଟ୍ୱିଟ କରି ସେ କହିଥିଲେ ଯେ ଗୃହମନ୍ତ୍ରୀ ସଂସଦକୁ କହିବା ଉଚିତ ଯେ ଆମର ଟେଲିଫୋନ୍ ଟାପ୍ କରୁଥିବା ଇସ୍ରାଏଲ୍ କମ୍ପାନୀ ସହିତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ନଚେତ୍ ୱାଟରଗେଟ୍ ପରି ସତ୍ୟ ବାହାରକୁ ଆସିବ ଏବଂ ହଲାଲ୍ ରାସ୍ତାରେ ବିଜେପିକୁ କ୍ଷତି ପହଞ୍ଚାଇବ।
ଏପଟେ ଜାତିସଂଘର ମାନବାଧିକାର ମୁଖ୍ୟ କହିଛନ୍ତି ଯେ, ସାମ୍ବାଦିକ, ମାନବାଧିକାର କର୍ମୀ ତଥା ରାଜନେତାଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ ପେଗାସସ୍ ସଫ୍ଟୱେୟାରର ବ୍ୟବହାର ଅତ୍ୟନ୍ତ ଚିନ୍ତାଜନକ ବିଷୟ। ”
ଅପରପକ୍ଷରେ କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟୋୱାଲା ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ , ” ରାହୁଲ ଗାନ୍ଧୀ, ପି.କେଙ୍କ ସମେତ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ବେଡ୍ ରୁମ୍ ର କଥା ବାର୍ତ୍ତା ମୋଦୀ ସରକାର ଶୁଣୁଛନ୍ତି ।”
ରବିବାର ଦିନ ନ୍ଯୁଜ୍ ୱେବସାଇଟ ‘ଦ ଓୟାର’ର ଏକ ରିପୋର୍ଟ ସାମ୍ନାକୁ ଆସିଥିଲ। ଯେଉଁ ଥିରେ ଦାବି କରାଯାଇଥିଲା, ଇସ୍ରାଏଲର ସଫ୍ଟଓୟାର କମ୍ପାନୀ ପେଗାସସ ଜରିଆରେ ଭାରତରେ ପ୍ରାୟ ୩୦୦ ଲୋକଙ୍କ ଫୋନ୍ ହ୍ୟାକ୍ କରାଯାଇଛି । ଯେଉଁଥିରେ ସାମ୍ବାଦିକ, ରାଜନେତା, ବୈଜ୍ଞାନିକ, ଆଇନଜୀବୀ, ବ୍ୟବସାୟୀ ଓ ଅନ୍ୟ ସାର୍ବଜନୀନ ଜୀବନ ସହିତ ଜଡିତ ବ୍ୟକ୍ତି ବି ଅଛନ୍ତି । ବିରୋଧୀ ଦଳର ୩ ନେତାଙ୍କ ଫୋନ୍ ହ୍ୟାକ୍ ହୋଇଥିବା ରିପୋର୍ଟରେ କୁହାଯାଇଛି । ଏହାକୁ ଏବେ ଦେଶର ସୁରକ୍ଷା ସହିତ ଜଡିତ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏକ ପାର୍ଲାମେଂଟାରୀ କମିଟି ଗଠନ କରି ଏହାର ତଦନ୍ତ ଦାବି ହୋଇଛି ।