ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: ଜାନୁୟାରୀ ପହିଲାରୁ ସୁରତକୁ ବିମାନ, ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ସୁରତକୁ ଉଡ଼ାଣ ।

ଆସନ୍ତା ନୂଆ ବର୍ଷରୁ ଭୂବନେଶ୍ୱରୁ ସୁରତକୁ ଉଡ଼ାଣ ଭରିବ ବିମାନ । ସପ୍ତାହକୁ ୩ ଦିନ ବିମାନ ଯାତ୍ରୀମାନେ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ଯାତ୍ରା କରିପାରିବେ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

 

ଆସନ୍ତା ୨୦୨୦ ଜାନୁୟାରୀ ପହିଲାରୁ ଭୁବନେଶ୍ୱରରୁ ସୁରଟକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ । ସପ୍ତାହରେ ୩ ଦିନ ବିମାନ ଉଡ଼ିବ । ଏ ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସୁରଟର ପ୍ରବାସୀ ଓଡ଼ିଆଙ୍କର ଏହା ଦୀର୍ଘ ଦିନର ଏକ ଦାବି ରହିଥିଲା । ଏହାକୁ ପୂରଣ କରିଥିବାରୁ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ହରଦ୍ୱୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଗୁଜୁରାଟର ଶିଳ୍ପ ଓ ବାଣିଜ୍ୟ ନଗରୀ ସୁରତରେ ପ୍ରାୟ ୭ ଲକ୍ଷରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି। ତେଣୁ ସେମାନଙ୍କ ପାଇଁ ଭୁବନେଶ୍ୱର ଏବଂ ଓଡ଼ିଶା ମଧ୍ୟରେ ଯାତାୟତ ଆହୁରି ଖୁବଶୀଘ୍ର ହୋଇପାରିବ । ଆଉ ଏଥିରେ ଗୁଜୁରାଟ ଏବଂ ଓଡ଼ିଶାର ବାଣିଜ୍ୟ ବୃଦ୍ଧି ମଧ୍ୟ ଉନ୍ନତି ହୋଇପାରିବ ବୋଲି ପୂର୍ବରୁ ଏହି ବିମାନ ଚଳାଚଳ ପାଇଁ ଦାବି କରାଯାଉଥିଲା ।

Related Posts