ବେଙ୍ଗାଲୁରୁ ବିମାନ ବନ୍ଦରରେ ଜଣେ ଶିକ୍ଷକଙ୍କ ଠାରୁ ୧୪ କିଲୋ ଡ୍ରଗ୍ସ ଜବତ, ଦିଲ୍ଲୀ ଚାଲାଣ କରିବାକୁ ଥିଲା ଯୋଜନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବେଙ୍ଗାଲୁରୁର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଶନିବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇଃ) ଅଧିକାରୀ ଏହି ଡ୍ରଗ୍ସକୁ ଜବତ କରିଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବ୍ୟକ୍ତିଙ୍କ ଠାରୁ ଏହି ଡ୍ରଗ୍ସ ଜବତ ହୋଇଛି ସେ ଜଣେ ଶିକ୍ଷକ । ଜବତ ଡ୍ରଗ୍ସର ପରିମାଣ ୧୪ କିଲୋ ଗ୍ରାମ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୯୯ କୋଟି ଟଙ୍କା ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଏନେଇ ଡିଆରଆଇକୁ ଗୁଇନ୍ଦା ସୂଚନା ମିଳିବା ପରେ ଏକ ଟିମ ଗଠନ କରାଯାଇଥିଲା । ବ୍ୟକ୍ତି ଜଣଙ୍କ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଥିଲା । ତେବେ ଗିରଫ ଶିକ୍ଷକଙ୍କୁ ଜେରା କରିବା ପରେ ତାଙ୍କ ନିକଟରୁ ଏକ ଟିକଟ ମିଳିଥିଲା । ଟିକଟ ଅନୁସାରେ ବ୍ୟକ୍ତି ଜଣଙ୍କ ବେଙ୍ଗାଲୁରୁରେ ଓହ୍ଲାଇବା ପରେ ଦିଲ୍ଲୀ ଯାତ୍ରା କରିଥାନ୍ତେ । ସେଠାରେ ଏହି ଡ୍ରଗ୍ସ ଗୁଡିକୁ ଜଣେ ରିସିଭରକୁ ହସ୍ତାନ୍ତର କରିଥାନ୍ତେ । ବ୍ୟକ୍ତି ଜଣକ ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିଲେ କିନ୍ତୁ କରୋନା ସମୟରେ ତାଙ୍କ ଚାକିରି ଚାଲି ଯାଇଥିବା ତଦନ୍ତରୁ ଜଣାପଡିଛି । ଏବେ ଗିରଫ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

Related Posts